ଏବେ ବିଜେପି କ୍ଷମା ମାଗିବା ଦରକାର: ଏନସିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଏବେ ବିଜେପି କ୍ଷମା ମାଗିବା ଦରକାର: ଏନସିପି

ମୁମ୍ୱାଇ: ରାହୁଲ୍ ଗାନ୍ଧୀ ଯଦି କଂଗ୍ରେସ ଦ୍ୱାରା ହୋଇଥିବା ଏମରଜେନ୍ସି ପାଇଁ ଭୁଲ୍ ମାଗିଛନ୍ତି ତାହେଲେ ବିଜେପି ମଧ୍ୟ ଗୁଜରାଟ ଦଙ୍ଗା ପାଇଁ କ୍ଷମା ମାଗିବା ଦରକାର। ଏନସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନବାବ ମଲିକ ଏହା କହିଛନ୍ତି।

ମଙ୍ଗଳବାର ରାହୁଲ୍ ଗାନ୍ଧୀ ଏକ ଓ୍ୱେବିନାରରେ ସାମିଲ୍ ହୋଇ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୭୫ ମସିହାରେ ଦେଶରେ ଏମରଜେନ୍ସି ଲାଗୁ କରିଥିଲେ। ଏହା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ରାହୁଲ୍ କହିଥିଲେ। ଏମିତିକି ୧୯୮୪ ମସିହାରେ ହୋଇଥିବା ଶିଖ ଦଙ୍ଗା ପାଇଁ କଂଗ୍ରେସ କ୍ଷମା ମାଗିଥିବା କହିଥିଲେ ରାହୁଲ୍ ଗାନ୍ଧୀ।

ଏବେ ଏହାର ଜବାବ ଦେବାକୁ ଯାଇ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟ ଦଙ୍ଗା ପାଇଁ କ୍ଷମା ମାଗିବାକୁ ନିବେଦନ କରିଛି ଏନସିପି। ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି। ଏବେ ବିଜେପି ମଧ୍ୟ ରାହୁଲଙ୍କ ଭଳି ନିଜ ଦଳ ଦ୍ୱାରା ହୋଇଥିବା ଭୁଲ୍ ପାଇଁ କ୍ଷମା ମାଗିବା ଦରକାର ବୋଲି ନବାବ ମଲିକ କହିଛନ୍ତି।

ସେହିପରି ମହାରାଷ୍ଟ୍ରର ପୂର୍ବତନ ବାଚସ୍ପତି ତଥା ପ୍ରଦେଶ କଂଗ୍ରେସର ସଭାପତି ନାନା ପାଟୋଲେ କହିଛନ୍ତି, ରାହୁଲ୍ ଗାନ୍ଧୀ ଯଦି ଭୁଲ୍ ପାଇଁ କ୍ଷମା ମାଗିଛନ୍ତି ତାହେଲେ ଏଥିରେ କୌଣସି ଭୁଲ୍ ନାହିଁ। ବରଂ ଏହା ଏକ ପରିପକ୍ୱ ଏବଂ ମହାନତାର ପରିଚୟ ବୋଲି ନାନା ପାଟୋଲେ କହିଛନ୍ତି। ହେଲେ ଗୁଜରାଟ ଦଙ୍ଗା ସମସ୍ତ ପ୍ରକାର ମାନବିକତା ଅଧିକାରକୁ କ୍ଷତି ପହଞ୍ଚାଇଥିଲା। ତେଣୁ ଏଥିପାଇଁ ବିଜେପି ଏବଂ ନରେନ୍ଦ୍ର ମୋଦି କ୍ଷମା ମାଗିବା ଦରକାର।

ତେବେ ଏହାର ଜବାବ ଦେଇଛନ୍ତି ମହାରାଷ୍ଟ୍ର ବିଜେପିର ମୁଖପାତ୍ର କେଶଭ ଉପାଧେୟ। ସେ କହିଛନ୍ତି ଏମରଜେନ୍ସି ଏବଂ ଗୁଜରାଟ ଦଙ୍ଗା ଦୁଇଟା ଅଲଗା ଅଲଗା ପ୍ରସଙ୍ଗ। ଏମରଜେନ୍ସିକୁ ଗୁଜରାଟ ଦଙ୍ଗା ସହିତ ତୁଳନା କରି ହେବନି।

The post ଏବେ ବିଜେପି କ୍ଷମା ମାଗିବା ଦରକାର: ଏନସିପି appeared first on Odisha Reporter.



from Odisha Reporter https://ift.tt/3v0RTqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages