ଗୁଜରାଟ: କାମ ଦେଲାନି ଟିକା। ଟିକା ନେବାର ୩ ଦିନ ପରେ କରୋନାରେ ସଂକ୍ରମିତ ହେଲେ ମନ୍ତ୍ରୀ। ଗୁଜରାଟର ମନ୍ତ୍ରୀ ଇଶ୍ୱରସିଂହ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ମଙ୍ଗଳବର ସେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି। ସେ ମାର୍ଚ୍ଚ ୧୩ ତାରିଖରେ କରୋନା ଟିକା ନେଇଥିଲେ।
ମନ୍ତ୍ରୀ ଇଶ୍ୱର ସିଂହ ଟୁଇଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ତାଙ୍କ କରୋନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି। ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ସେ ଅପିଲ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ନିବେଦନ କରିଛନ୍ତି। ତେବେ ଟିକା ନେବା ପରେ ମଧ୍ୟ ମନ୍ତ୍ରୀଙ୍କୁ କିଭଳି କରୋନା ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯୋ, ଗୁଜରାଟରେ ବର୍ତ୍ତମାନ ଯାଏଁ କରୋନ ପଜିଟିଭ ସଂଖ୍ୟା ୨,୭୦,୦୯୭କୁ ବୃଦ୍ଧି ପାଇଛି। ସୋମବାର ୮୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗୁଜରାଟର ଜଣେ ବାସିନ୍ଦା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ରହିଛି।
The post ଟିକା ନେବାର ୩ ଦିନ ପରେ ମନ୍ତ୍ରୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/30TrbSR
No comments:
Post a Comment