କୁକୁର ବୁଲାଇବାରୁ ଗଣ୍ଡଗୋଳ, ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

କୁକୁର ବୁଲାଇବାରୁ ଗଣ୍ଡଗୋଳ, ଫୁଟିଲା ଗୁଳି

ବ୍ରହ୍ମପୁର (ଜଗନ୍ନାଥ ସାହୁ): କୁକୁର ବୁଲାଇବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ବଚସା। ଏହି ବଚସା କ୍ରମେ ଉଗ୍ରରୂପ ଧାରଣ କରିଥିଲା ଓ ଶେଷରେ ଫୁଟିଥିଲା ଗୁଳି। କୁକୁର ମାଲିକଙ୍କ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଜଣେ ମ୍ୟୁନିସିପାଲଟି କର୍ମଚାରୀ ଓ ତାଙ୍କ ସହଯୋଗୀ। ଏଭଳି ଏକ ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଖଡ଼ାସିଂ ଧୋବାସାହିରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଜଣେ ବ୍ୟକ୍ତି ବାହାରେ ନିଜ କୁକୁରକୁ ବୁଲାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ଟୁନା ନାୟକ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ। କାହିଁକି କୁକୁରକୁ ବାହାରେ ବୁଲାଉଛ, ସେମାନେ ଝାଡ଼ା କଲେ ଆମକୁ ସଫା କରିବାକୁ ପଡ଼ୁଛି ବୋଲି ସେ କୁକୁର ମାଲିକଙ୍କୁ କହିଥିଲେ।

ଏହା ଶୁଣି କୁକୁର ମାଲିକ ମଧ୍ୟ ରାଗି ଯାଇଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ସେଠାରେ ଟୁନାଙ୍କ ଜଣେ ସାଙ୍ଗ ଦିବା ନାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ବି କୁକୁର ମାଲିକଙ୍କ ସହିତ ଝଗଡ଼ା କରିଥିଲେ। ତେଣୁ ଝଗଡ଼ା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲେ। ପରେ ଟୁନା ଏକ ମାଉଜର ଆଣି କୁକୁର ମାଲିକଙ୍କ ଉପରକୁ ଗୁଳି କରିଥିଲେ।

ସୌଭାଗ୍ୟବଶଃତ ଗୁଳିଟି କୁକୁର ମାଲିକଙ୍କ ଏକ ହାତର ଗୋଟିଏ ଆଙ୍ଗୁଠିକୁ ଛୁଇଁ ଚାଲିଯାଇଥିଲା। ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଉଭୟ ଟୁନା ଓ ଦିବାଙ୍କୁ ଗିରଫ କରିଛି। ତା’ ସହିତ ମାଉଜରଟିକୁ ଜବତ କରିଛି।

The post କୁକୁର ବୁଲାଇବାରୁ ଗଣ୍ଡଗୋଳ, ଫୁଟିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/3vvJGuN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages