ଇସଲାମାବାଦ: ନିଆରା ବାରିକ। ଚୁଟି କାଟିବା ପାଇଁ ତାଙ୍କୁ ଦରକାର ପଡୁନି କଇଁଚି। ହାତୁଡି, ମାଂସ କଟା ଚାପଡ, ଛୁରୀ, କାଚ ହେଉ ଅବା ନିହଣ, ଯାହା ହାତରେ ପଡିଲା ତାକୁ ଧରି ଲୋକଙ୍କୁ ଚୁଟି କାଟି ଦେଉଛନ୍ତି। କେବଳ ସେତିକି ନୁହେଁ କେଶରେ ନିଆଁ ଲଗାଇ ତାକୁ ଏକ ନୂଆ ଲୁକ୍ ମଧ୍ୟ ଦେଉଛନ୍ତି। ତାଙ୍କର ଏଭଳି ନିଆରା ଏବଂ ଅଦ୍ଭୁତ ଚୁଟି କଟା ଷ୍ଟାଇଲ୍କୁ ଦେଖି ଏବେ ତାଙ୍କ ସେଲୁନ୍ରେ ଭିଡ଼ ଜମୁଛି। ଏହି ନିଆରା ବାରିକ ଜଣକଙ୍କର ଏଭଳି ଚୁଟି କାଟିବାର ଭିଡିଓ ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ମଧ୍ୟ ଲାଗିଛି।
ଏହି ନିଆରା ବାରିକ ଜଣକ ହେଉଛନ୍ତି ପାକିସ୍ତାନ ଲାହୋର୍ର ଅଲ୍ଲି ଅବ୍ବାସ। ସେ ସବୁବେଳେ କିଛି ଭିନ୍ନ କରି ଦେଖାଇବା ପାଇଁ ଚିନ୍ତା କରନ୍ତି। ଏଥିପାଇଁ ପ୍ରତିଦିନ ସେ ଛୁଟି କଟାରେ ଏକ୍ସପେରିମେଣ୍ଟ କରନ୍ତି। ନୂଆ ନୂଆ ତରିକା ଆପଣାଇ ସେ ଲୋକଙ୍କ ଚୁଟି କାଟନ୍ତି। ତେବେ କୌଣସି ନୂଆ ଜିନିଷ ଆପଣାଇବା ପୂର୍ବରୁ ସେ ପ୍ରଥମେ ଏଥିରେ ତାଲିମ ନିଅନ୍ତି। ଏଥିରେ ପରାଙ୍ଗମ ହେବା ପରେ ହିଁ ସେ ଗ୍ରାହକଙ୍କ ଚୁଟି କାଟୁଛନ୍ତି।
ଅଲ୍ଲି କେଶକୁ ଲେୟାର ଲେୟାର କରି କାଟିବା ପାଇଁ କାଚ ଖଣ୍ଡର ବ୍ୟବହାର କରନ୍ତି। ଚୁଟିକୁ ନୂଆ ସେପ୍ ଦେବା ପାଇଁ ହାତୁଡି ଏବଂ ମାଂସ କଟା ଚାପଡର ସାହାରା ନିଅନ୍ତି। କେବଳ ସେତିକି ନୁହେଁ ନୂଆ ଲୁକ୍ ଦେବା ପାଇଁ ସେ ଚୁଟି ନିଆଁ ମଧ୍ୟ ଲଗାଇ ଦିଅନ୍ତି। ତାଙ୍କର ଏଭଳି ନୂଆ ଟେକ୍ନିକ୍ ଦ୍ୱାରା କୌଣସି ଗ୍ରାହକଙ୍କ ଏଯାଁଏ କିଛି କ୍ଷତି ହୋଇନାହିଁ। ଗ୍ରାହକମାନେ ମଧ୍ୟ ଖୁସିରେ ତାଙ୍କ ପାଖକୁ ଚୁଟି କାଟିବା ପାଇଁ ଭିଡ ଜମାଉଛନ୍ତି। ଅଲ୍ଲିଙ୍କର ଏଭଳି ଚୁଟି କଟିବା ଷ୍ଟାଇଲର ଭିଡିଓ ସୋଶାଲ ମିଡିଆରେ ଜଣେ ଗ୍ରାହକ ସେଆର କରିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ସେପଟେ ଏହାକୁ ନେଇ ଅଲ୍ଲି କୁହନ୍ତି, ଚୁଟି କଟାରେ ନୂଆ ନୂଆ ଟେକ୍ନିକ୍ ଆପଣାଇବା ପାଇଁ ତାଙ୍କୁ ବେଶ୍ ଭଲ ଲାଗେ। ଏହା ତାଙ୍କର ଏକ ପ୍ରକାରର ସଉକ୍।
The post ହାତୁଡ଼ିରେ କାଟୁଛନ୍ତି ଚୁଟି, ନିଆଁ ଲଗାଇ ଦେଉଛନ୍ତି ନୂଆ ଲୁକ୍ appeared first on Odisha Reporter.
from Odisha Reporter https://ift.tt/3vMKxHQ
No comments:
Post a Comment