ମୁମ୍ବାଇ: ଦେଶରେ ୟୁଟର୍ଣ୍ଣ ନେଇଛି କିଲର ଭାଇରସ୍ କରୋନା। ପ୍ରତିଦିନ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାରେ ଅନେକ ବଲିଉଡ ଷ୍ଟାରମାନେ ମଧ୍ୟ ଆକ୍ରାନ୍ତ ହୋଇ ଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଲିଷ୍ଟରେ ଏବେ ବଲିଉଡର ହି’ ମ୍ୟାନ୍ ଧର୍ମେନ୍ଦ୍ରଙ୍କ ନାଁ ସାମିଲ ହୋଇଛି। ତାଙ୍କ ଘରେ କରୋନା ପ୍ରବେଶ କରିଛି। ଅଭିନେତା ଧର୍ମେନ୍ଦ୍ରଙ୍କ ଘରର ତିନି ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସମସ୍ତ ସଂକ୍ରମିତ କର୍ମଚାରୀଙ୍କୁ ଆଇସୋଲେଟ୍ କରାଯାଇଛି। ଗତ କିଛି ଦିନ ମଧ୍ୟରେ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ସଚେତନ କରାଇଛନ୍ତି ଅଭିନେତା ଧର୍ମେନ୍ଦ୍ର। ଏଥିସହ ସେ ମଧ୍ୟ କରୋନାକୁ ନେଇ ବେଶ୍ ସଚେତନ ଥିବା ଜଣାପଡିଛି।
ମିଡିଆ ରିପୋର୍ଟ ମୁତାବକ, ଦେଓଲ ପରିବାରରେ କରୋନାକୁ ନେଇ ସବୁ ପ୍ରକାରର ସଚେତନତା ଅବଲମ୍ବନ କରାଯାଉଛି। ସମସ୍ତ ପରିବାରବର୍ଗ ପୂର୍ବରୁ ସଚେତନ ଅଛନ୍ତି। କରୋନାର ଦ୍ୱିତୀୟ ଲହର ବେଶ୍ ରହସ୍ୟମୟ ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ କହିଛନ୍ତି।
ଗତ କିଛିଦିନ ହେବ ଧର୍ମେନ୍ଦ୍ର ଲୋନାୱଲା ସ୍ଥିତ ଫାର୍ମହାଉସରେ ରହୁଥିଲେ । ଏବେ କିନ୍ତୁ ସେ ମୁମ୍ବାଇ ସ୍ଥିତ ନିଜ ଘରେ ଅଛନ୍ତି। ନେଇ ଧର୍ମେନ୍ଦ୍ର କହିଛନ୍ତି, “ମୁଁ କରୋନା ଟିକା ନେଇଥିଲି। ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ନିକଟରେ କରୋନା ଟେଷ୍ଟ ମଧ୍ୟ କରାଇଛି।”
The post ହି’ ମ୍ୟାନ୍ଙ୍କ ଘରେ ପଶିଲା କରୋନା appeared first on Odisha Reporter.
from Odisha Reporter https://ift.tt/39dKg71
No comments:
Post a Comment