ମୁମ୍ବାଇ: କୋଭିଡ ନିୟୟ ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା। ପ୍ରଥମେ ନିୟମ ଭାଙ୍ଗିଥିଲେ ଏବଂ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ ହେଲେ। ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ଗୌହର ଖାନ୍ଙ୍କୁ ଫିଲ୍ମ ଇଣ୍ଟଷ୍ଟ୍ରିରୁ ବ୍ୟାନ୍ କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଜୋରଦାର ଝଟ୍କା ଲାଗିଛି। ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏପ୍ଲାଇଜ (FWICE) ଗୌହର ଖାନ୍ଙ୍କୁ ଦୁଇ ମାସ ପାଇଁ ଇଣ୍ଡିଷ୍ଟ୍ରିରୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନେଇଛି।
କରୋନା ପଜିଟିଭ ହେବା ସତ୍ତ୍ୱେ ଫୁଲ୍ମ ସୁଟିଂରେ ସାମିଲ ହୋଇଥିବା ନେଇ ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏପ୍ଲାଇଜ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ ଏଭଳି ନିୟମ ଉଲ୍ଲଙ୍ଘନକୁ ନେଇ ତାଙ୍କ ଉପରରେ କ୍ରୋଧ ପ୍ରକାଶ କରିଛି ଏଫ୍ଡବ୍ଲୁଆଇସିଇ।
ଏଫ୍ଡବ୍ଲୁଆଇସିଇର ଅଧ୍ୟକ୍ଷ ବି.ଏମ୍ ତିୱାରୀ କହିଛନ୍ତି, କରୋନା ପଜିଟିଭ ହେବା ସତ୍ତ୍ୱେ ଗୌହର ଖାନ ଏଭଳି ହୋମ କ୍ୱାରେଣ୍ଟନର ନିୟମ ଉଲ୍ଲଙ୍ଘନ କରିବା ସବୁଠାରୁ ଲଜ୍ୟାଜନକ ବିଷୟ। ନିୟମ ଭାଙ୍ଗିବା ସହ ସେ ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଛନ୍ତି। ବିଏମ୍ସି ତାଙ୍କ ହାତରେ ଷ୍ଟାମ୍ପ ଲଗାଇଥିଲା। ଏହାପରେ ମଧ୍ୟ ଘରୁ ବାହାରକୁ ବାହାରି ବୁଲିବା ଏବଂ ସୁଟିଂ କରିବା ଜଣେ ଅଭିନେତ୍ରୀଙ୍କୁ ଶୋଭା ଦେଉନାହିଁ। ଆଜିର ଦିନରେ ବଡ ବଡ ଷ୍ଟାରମାନେ ମଧ୍ୟ କରୋନା ନିୟମ ପାଳନ କରୁଛନ୍ତି। ତେବେ ଗୌହର କରୋନାକୁ ଏଭଳି ଅଣଦେଖା କରିବା ଉଚିତ ନଥିଲା। ଏଥିପାଇଁ ଫେଡେରସନ ତାଙ୍କୁ ଇଣ୍ଡଷ୍ଟ୍ରିରୁ ୨ ମାସ ପାଇଁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ମୁମ୍ବାଇ ବିଏମ୍ସି କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗୌହରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା। ପରେ ଓଶିୱାରା ପୁଲିସ ଷ୍ଟେସନ ମହାମାରୀ ଅଧିନୟମ ଅନୁଯାୟୀ ବିଭିନ୍ନ ଆଇପିସି ଧାରାରେ ଗୌହରଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିଥିଲା।
ଏଫ୍ଆଇଆର୍ ରୁଜୁ ହେବା ପରେ ଚୁପ୍ ବସିଥିବା ଗୌହର ଖାନଙ୍କ ସୋମବାର ଦିନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା। ସେ କହିଥିଲେ, ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସେ ବିଏମ୍ସିକୁ ପୁରାପୁରି ସହଯୋଗ କରୁଛନ୍ତି। ତାଙ୍କ ବିରୋଧରେ ଏଭଳି ଭୁଲ୍ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ସେ କହିଥିଲେ।
The post ଗୌହରଙ୍କୁ ଝଟ୍କା, ଇଣ୍ଡଷ୍ଟ୍ରିରୁ ବ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/2NmCOPb
No comments:
Post a Comment