ଅଦିତିଙ୍କ ଇସ୍କରେ କ୍ରିକେଟର ଈଶାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଅଦିତିଙ୍କ ଇସ୍କରେ କ୍ରିକେଟର ଈଶାନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍‌ରେ ଡେବ୍ୟୁ କରି ଚର୍ଚ୍ଚାରେ ଭାରତୀୟ କ୍ରିକେଟର ଈଶାନ କିସନ। ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ହାଫ୍‌ ସେଞ୍ଚୁରୀ ମାରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ଈଶାନ। ଏବେ ଏହି ଯୁବ କ୍ରିକେଟରଙ୍କ ଲେଡି ଲଭ୍‌କୁ ନେଇ ଚର୍ଚ୍ଚା ହେଉଛି। ତାଙ୍କ ନାଁ ମଡେଲ ଅଦିତି ହୁଣ୍ଡିଆଙ୍କ ସହ ଯୋଡା ଯାଇଛି। ସେ କୁଆଡେ ଦୀର୍ଘ ଦିନ ହେବ ମଡେଲ ଅଦିତିଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି।

ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଡେବ୍ୟୁ କରିବା ପରେ ଈଶାନଙ୍କୁ ତାଙ୍କ ଲେଡ ଲଭ୍ ଅଦିତି ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଥିଲେ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେଆର କରି `ତୁମକୁ ଢ଼େରା ସାରା ଶୁଭେଚ୍ଛା କ୍ୟୁଟି’ ଲେଖିଥିଲେ। ଅଦିତିଙ୍କ ଏହି ଫଟୋ ପୋଷ୍ଟ ଏବଂ କ୍ୟାପସନକୁ ଦେଖିଲା ପରେ ଈଶାନ ଓ ଅଦିତିଙ୍କ ପ୍ରେମ ସମ୍ପର୍କ ପଦାରେ ପଡିଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ପ୍ରଶଂସକମାନେ ତାଙ୍କର ଏହି ଫଟୋରେ ଜୋରସୋରରେ କମେଣ୍ଟ ମଧ୍ୟ କରୁଛନ୍ତି।

କିଏ ଏହି ଅଦିତି?

୧୫ ଜାନୁଆରୀ ୧୯୯୭ରେ ରାଜସ୍ଥାନର ଜୟପୁରରେ ଜନ୍ମିତ ଅଦିତି ୨୦୧୯ରେ ଆଇପିଏଲ୍‌ ଫାଇନାଲ ମ୍ୟାଚ୍ ସମୟରେ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇକୁ ହରାଇ ଟାଇଟଲ ଜିତିଥିଲା, ସେତେବେଳେଠୁ ହିଁ ଈଶାନଙ୍କ ନାଁ ସହ ଆଦିତିଙ୍କ ନାଁ ଯୋଡି ହୋଇଥିଲା।

୨୦୧୬ରେ ଏଲିଟା ମିସ ରାଜସ୍ଥାନରୁ ଅଦିତି ନିଜ ମଡେଲିଂ କ୍ୟାରିଅର ଆରମ୍ଭ କରିଥିଲେ। ସେ ଏହି ପ୍ରତିଯୋଗିତାରେ ରନର୍‌ ଅପ୍ ଥିଲେ। ଏହାପରେ ସେ ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନର ମୁକୁଟ ପିନ୍ଧିଥିଲେ। ସେହି ବର୍ଷ ସେ ଫେମିନା ମିସ୍‌ ଇଣ୍ଡିଆ ୨୦୧୭ରେ ଟପ୍ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ଚୟନ ହୋଇଥିଲେ। କେବଳ ସେତିକି ନୁହେଁ ଅଦିତି ୨୦୧୮ରେ ମିସ୍‌ ସୁପରନାଚୁରାଲ ପ୍ରତିଯୋଗିତାର ଜିତି ଥିଲେ। ଏହାପରେ ତାଙ୍କୁ ସେହି ବର୍ଷ ହିଁ ମିସ୍‌ ୟୁନିଭର୍ସ ପିଜେଣ୍ଟରେ ଭାଗ ନେବା ପାଇଁ ମଉକ ମିଳିଥିଲା ।

The post ଅଦିତିଙ୍କ ଇସ୍କରେ କ୍ରିକେଟର ଈଶାନ appeared first on Odisha Reporter.



from Odisha Reporter https://ift.tt/2Ot8FhV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages