‘ମମତା ବେଙ୍ଗଲର ଝିଅ ନୁହେଁ, ରୋହିଙ୍ଗ୍ୟା କିନ୍ତୁ ପିଉସୀ ଭାବନ୍ତି ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

‘ମମତା ବେଙ୍ଗଲର ଝିଅ ନୁହେଁ, ରୋହିଙ୍ଗ୍ୟା କିନ୍ତୁ ପିଉସୀ ଭାବନ୍ତି ’

କୋଲକାତା: କୋଲକାତା ବ୍ରିଗେଡ ଗ୍ରାଉଣ୍ଡ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଟିଏମସି ନେତା ତଥା ଏବେର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି ଯେ ମମତା ବାନାର୍ଜୀ ବେଙ୍ଗଲର ଝିଅ ନୁହଁନ୍ତି, କିନ୍ତୁ ଅନୁପ୍ରବେଶକାରୀ ଏବଂ ରୋହିଙ୍ଗ୍ୟାଙ୍କ ପିଉସୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ନିଜର ପୂର୍ବତନ ସହଯୋଗୀଙ୍କ ଉପରେ ଏଭଳି ବର୍ଷିଛନ୍ତି। ଏଥିସହ ଉଭୟ ଟିଏମସି, ଏବଂ ବାମପନ୍ଥୀ କଂଗ୍ରେସ ମିଳିତ ମଞ୍ଚ ରାଜ୍ୟରେ ତୃଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି।

ସେ କହିଛନ୍ତି ଯେ ଯଦି ଟିଏମସି ପୁଣିଥରେ କ୍ଷମତାକୁ ଆସିବ ତାହେଲେ ବେଙ୍ଗଲ କଶ୍ମୀର ଭଳି ହେବ। କଶ୍ମୀର ପଣ୍ଡିତମାନଙ୍କ ସହିତ ଯାହା ଘଟିଲା ତାହା ମଧ୍ୟ ଆପଣଙ୍କ ସହିତ ଘଟିବ। ଟିଏମସିର ସ୍ଲୋଗାନ ‘ବଙ୍ଗଳା ନିଜ ଝିଅ ଚାହେଁ’ କୁ ଉଦ୍ଧୃତ କରି ଶୁଭେନ୍ଦୁ କହିଛନ୍ତି, ମମତା ବେଙ୍ଗଲର ଝିଅ ନୁହେଁ କିନ୍ତୁ ଏଠିକାର ରୋହିଙ୍ଗ୍ୟା ତାଙ୍କୁ ପିଉସୀ ବୋଲି ଭାବନ୍ତି। ଟିଏମସିକୁ ଟାର୍ଗେଟ କରି ସେ କହିଛନ୍ତି ଯେ  ଏହା ଏକ ପ୍ରାଇଭେଟ୍ କମ୍ପାନୀରେ ପରିଣତ ହୋଇଛି। ଆଉ ତାଙ୍କର ପରିବାର ବ୍ୟକ୍ତି ହେଉଛନ୍ତି କମ୍ପାନୀର ଏମଡି।

ସେ କହିଛନ୍ତି ଯେ ମମତା ୫୦୦ କୋଟି ଟଙ୍କା ଯୋଗାଡ଼ କରିଛନ୍ତି। ଏହି ଟଙ୍କା କେନ୍ଦ୍ରର ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବେଆଇନ କୋଇଲା ଖଣି, ବାଲି ଖାଦାନ ଏବଂ ଗୋ ଚାଲାଣରୁ ଉଦ୍ଧାର କରାଯାଇଛି। ତେବେ ସେ ଆଉ ଥରେ ତାଙ୍କର ପୂର୍ବକଥା ଦୋହରାଇ କହିଛନ୍ତି ନନ୍ଦିଗ୍ରାମ ଆସନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ସେ ବିଜୟୀ ହେବେ। ମମତା ପୁଣିଥରେ କୋଲକାତା ଫେରିବେ।

ଶନିବାର ଏକ ସାଧାରଣ ସଭାରେ ସମ୍ବୋଧିତ କରି ଅଧିକାରୀ କହିଥିଲେ, ଯଦି ଶ୍ୟାମା ପ୍ରସାଦ ମୁଖାର୍ଜୀ ନଥାନ୍ତେ, ତେବେ ବେଙ୍ଗଲ ଏକ ଇସଲାମ ରାଷ୍ଟ୍ର ହୋଇଥାନ୍ତା ଏବଂ ଆମେ ବାଂଲାଦେଶରେ ରହିଥାନ୍ତେ। ଯଦି ଟିଏମସି କ୍ଷମତାକୁ ଆସିବ ତେବେ ପଶ୍ଚିମବଙ୍ଗ କଶ୍ମୀରରେ ପରିଣତ ହେବ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୭ ମାର୍ଚ୍ଚରୁ ୮ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମଇ ୨ରେ ଭୋଟ୍ ଗଣତି ହେବ। ପଶ୍ଚିମବଙ୍ଗରେ ଏଥର ଟିଏମସି, କଂଗ୍ରେସ-ବାମପନ୍ଥୀ ଦଳ ଏବଂ ବିଜେପି ମଧ୍ୟରେ ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି। ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ମୋଟ ୨୯୪ ବିଧାନସଭା ଆସନରୁ ନିଶ୍ଚିତ ଭାବେ ୨୦୦ ଟି ଆସନରେ ବିଜୟୀ ହେବ।

The post ‘ମମତା ବେଙ୍ଗଲର ଝିଅ ନୁହେଁ, ରୋହିଙ୍ଗ୍ୟା କିନ୍ତୁ ପିଉସୀ ଭାବନ୍ତି ’ appeared first on Odisha Reporter.



from Odisha Reporter https://ift.tt/3qkJ0Vv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages