ଚେନ୍ନାଇ: ଏକ ଗହଣା ଦୋକାନ ଏବଂ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି। ଉଭୟ ୧୦୦୦ କୋଟି ଟଙ୍କାର ଅଘୋଷିତ ଆୟ କରିଥିବା ରେଡ୍ ବେଳେ ଜଣାପଡ଼ିଛି। ସିବିଡିଟି ରବିବାର ଏହି ସୂଚନା ଦେଇଛି। ମାର୍ଚ୍ଚ ୪ରେ ଚେନ୍ନାଇ, ମୁମ୍ବାଇ, କୋଏମ୍ବାଟୁର, ମଦୁରାଇ, ତିରୁଚିରାପଲି, ନେଲୋର, ଜୟପୁର ଏବଂ ଇନ୍ଦୋର ଭଳି ୨୭ଟି ସ୍ଥାନରେ ଏହି ରେଡ୍ ହୋଇଥିଲା। ଏହି ମାମଲାର ତଦନ୍ତ ଏବେ ବି ଚାଲିଥିବା ସୂଚନା ରହିଛି।
ରେଡ୍ ବେଳେ କେନ୍ଦ୍ରୀୟ ବୋର୍ଡ ଅଫ୍ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ଦାବି କରିଛି ଯେ ଏହି ଘଟଣାରେ ୧.୨ କୋଟି ନଗଦ ଟଙ୍କା ଜବତ ହୋଇଛି। ଯାହାର ହିସାବ ମିଳିନାହିଁ। ଏମିତିକି ବିମୁଦ୍ରୀକରଣ ସମୟରେ ନଗଦ ଟଙ୍କା ଜମା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି।
କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ହେଉଛି ଟିକସ ବିଭାଗର ପ୍ରଶାସନିକ ପ୍ରାଧିକରଣ। ତଦନ୍ତ ବେଲେ ଜଣାପଡ଼ିଛି ଯେ ଟିକସଦାତା ସ୍ଥାନୀୟ ଲୋକଙ୍କଠାରୁ ନଗଦ ଋଣ ନେଇ ବିଲଡରମାନଙ୍କୁ ନଗଦ ଋଣ ଦେଇଥିଲେ ଏବଂ ରିଅଲ ଇଷ୍ଟେଟରେ ବିନିଯୋଗ କରିଥିଲେ।
ବୋର୍ଡ ଏହା ମଧ୍ୟ ଦାବି କରିଛି ଯେ ସଂପୃକ୍ତ ବ୍ୟବସାୟୀ ହିସାବ ନକରି ସୁନା କିଣିଛନ୍ତି। ଏଥିରେ କୁହାଯାଇଛି, “ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ଏକ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଥିବା ଜଣା ପଡିଛି।
The post ଗହଣା ଦୋକାନାରେ ଆଇଟି ରେଡ୍, ହଜାରେ କୋଟି ଟଙ୍କାର ଠକେଇ appeared first on Odisha Reporter.
from Odisha Reporter https://ift.tt/30mif8w
No comments:
Post a Comment