ଷ୍ଟିଲ ସିଟିରେ ସ୍ଥିତି ସଙ୍ଗିନ; ନିଆଯାଇପାରେ କଠୋର ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ଷ୍ଟିଲ ସିଟିରେ ସ୍ଥିତି ସଙ୍ଗିନ; ନିଆଯାଇପାରେ କଠୋର ନିଷ୍ପତ୍ତି

ରାଉରକେଲା(ପବନ ତିୱାରୀ): ଷ୍ଟିଲ ସିଟି  ରାଉରକେଲା ବିଷ ବଳୟରେ ଥିବା ବେଳେ ସହରବାସୀଙ୍କୁ କଲବଲ କରୁଛି ପ୍ରଦୂଷଣ। ପ୍ରାୟ ସପ୍ତାହେ ହେବ ଏପରି ସ୍ଥିତି ଲାଗି ରହିଥିବା ବେଳେ ପ୍ରଶାସନିକ ପଦକ୍ଷେପ ପରେ ରାଉରକେଲାରେ ପ୍ରଦୂଷଣର ମାତ୍ରା ସାମାନ୍ୟ କମିଛି। ମାତ୍ର  ସ୍ଥିତି ସଙ୍ଗୀନ ରହିଛି  ।  ତେଣୁ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର  କଠୋର ନିଷ୍ପତ୍ତି  ନିଆଯାଇପାରେ ବୋଲି ଆକଳନ କରାଯାଉଛି।।

ପ୍ରଦୂଷଣ ଯୋଗୁ ରାଉରକେଲା ସହରରେ ଦିନରେ ବି କୁହୁଡ଼ି ପରି ଦେଖାଯାଉଛି।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲାପାଳ, RMC କମିଶନର ଓ ଜିଲ୍ଲା ପ୍ରଦୂଷଣ ବୋର୍ଡକୁ ଗତକାଲି ଚିଠି ଲେଖିଛି । ଚିଠିରେ ଉଲ୍କେଖ ରହିଛି ଯେ, ସ୍ଥିତି ସୁଧୁରିବା ଯାଏଁ ସ୍କୁଲ, କଲେଜ ବନ୍ଦ ହୋଇପାରେ । ସହର ଭିତରକୁ ଭାରିଯାନ ଚଳାଚଳ ପ୍ରବେଶ ଉପରେ କଟକଣା ଲଗାଯାଇପାରେ। ରେଳ ଷ୍ଟେସନ ଲୋଡିଂ ଅନଲୋଡିଂ ପଏଣ୍ଟ ମଧ୍ୟ ବନ୍ଦ କରିବାକୁ ପଡ଼ିପାରେ । ଏପରିକି ଆବଶ୍ୟକ ହେଲେ ନିର୍ମାଣ କାର୍ଯ୍ୟ, ଆବର୍ଜନା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସମ୍ଭାବନା ରହିଛି । ପ୍ରଦୂଷଣ କମାଇବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି  ।

ରାଉରକେଲା ସହର।

ସୂଚନାଯୋଗ୍ୟ,  ଷ୍ଟିଲ ସିଟି  ରାଉରକେଲାରେ ପ୍ରଦୂଷଣର ମାତ୍ରା ବହୁ ଗୁଣରେ ବଢି ଯାଇଥିବାରୁ ସହରରେ  ଦିନ ଦ୍ୱିପ୍ରହରରେ ବି କୋହଲା ପାଗର ଭ୍ରମ ସୃଷ୍ଟି ହେଉଛି। ଏପରି ସ୍ଥିତିରେ ଲୋକେ ଘରୁ ବାହାରିବେ କି ନାହିଁ ଚିନ୍ତା କରୁଛନ୍ତି।  ଯଦିଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ସହରରେ ହଠାତ ପ୍ରଦୂଷଣ ବଢିବାର କୌଣସି ସଠିକ କାରଣ କହିପାରୁନାହାନ୍ତି । ତେବେ ଏହି ବାୟୁ ପ୍ରଦୂଷଣ ଶିଳ୍ପ ଏବଂ ଖରାପ ସଡ଼କ ଦ୍ୱାରା ହେଉଥିବା ଅନୁମାନ କରାଯାଉଛି।

The post ଷ୍ଟିଲ ସିଟିରେ ସ୍ଥିତି ସଙ୍ଗିନ; ନିଆଯାଇପାରେ କଠୋର ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3l4eazj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages