ଗଛରେ ପିଟି ହେଲା କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 20, 2021

ଗଛରେ ପିଟି ହେଲା କାର

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଦୋବଲାପାଳ ଛକ ପାଖରେ ଆଜି ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଦୈତାରୀ ନାୟକ (୭୨)।

ଦୈତାରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ। ଆଜି ସକାଳେ ସେ ରେଙ୍ଗାଳିରୁ କାର୍ ଯୋଗେ ସେଠାକୁ ଫେରୁଥିଲେ। ତାଙ୍କ ପୁଅ ପୁରୁଷୋତ୍ତମ ନାୟକ ଗାଡ଼ି ଚଲାଉଥିଲେ। ହେଲେ ଦୋବଲାପାଳ ଛକ ନିକଟରେ ତାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାର୍‌ଟି ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। କାରଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

ପୁରୁଷୋତ୍ତମଙ୍କର ବିଶେଷ କିଛି ହୋଇ ନଥିବା ବେଳେ ଦୈତାରୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ଅନୁଗୋଳ ଜିଲ୍ଲା ଜରପଡ଼ା ନିକଟରେ ଏକ ଗ୍ୟାସ୍‌ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

The post ଗଛରେ ପିଟି ହେଲା କାର appeared first on Odisha Reporter.



from Odisha Reporter https://ift.tt/3vGEkND

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages