କଟକରେ କରୋନା କୋପ; ଘରୋଇ କଲେଜର ପୁଣି ୧୩ ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

କଟକରେ କରୋନା କୋପ; ଘରୋଇ କଲେଜର ପୁଣି ୧୩ ପଜିଟିଭ ଚିହ୍ନଟ

କଟକ (ଓଡ଼ିଶା ରିପୋର୍ଟର): ଗତ ବୁଧବାର କଟକର ଏକ ଘରୋଇ କଲେଜର ୧୨  ଛାତ୍ରଛାତ୍ରୀ  କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ଉକ୍ତ କଲେଜରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍‌ସି)। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ପୁଣି ଥରେ କରୋନା ଆତଙ୍କ  ଦେଖାଦେଇଛି।

ସୂଚନାଯୋଗ୍ୟ, ବୁଧବାର ଉକ୍ତ ଘରୋଇ କଲେଜର ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗୁରୁବାର  ୭୧ ଜଣଙ୍କର ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ନୂଆ  ସଂକ୍ରମିତ ହୋଇଥିବା କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।   ସମସ୍ତ ପଜିଟିଭ ଗୋଟିଏ ହଷ୍ଟେଲର ବୋଲି ଜଣାଯାଇଛି।

ଅନ୍ୟ ଜିଲ୍ଲାର ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏଥିସହ କଲେଜର ଅଧ୍ୟାପକଙ୍କ ଟେଷ୍ଟ ସହିତ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

The post କଟକରେ କରୋନା କୋପ; ଘରୋଇ କଲେଜର ପୁଣି ୧୩ ପଜିଟିଭ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/38Wqb4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages