ମୋଦିଙ୍କୁ ନେଇ କଙ୍ଗନାଙ୍କ ବଡ଼ ଭବିଷ୍ୟବାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

ମୋଦିଙ୍କୁ ନେଇ କଙ୍ଗନାଙ୍କ ବଡ଼ ଭବିଷ୍ୟବାଣୀ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ଟୁଇଟ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାମତ ରଖୁଥିବା କଙ୍ଗନା ଏବେ ପୁଣି ଥରେ ଲାଇମ ଲାଇଟ୍‌କୁ ଆସିଛନ୍ତି। ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ ବଡ ଭବିଷ୍ୟବାଣୀ କରିଛନ୍ତି।

ସେ ଟୁଇଟ ମାଧ୍ୟରେ ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଏଥିସହ ଏକ ରିପୋର୍ଟ ମଧ୍ୟ ସେଆର କରିଛନ୍ତି। କଙ୍ଗନା ଏଥିରେ ଲେଖିଛନ୍ତି, ‘୨୦୨୪ରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ।’ କଙ୍ଗନାଙ୍କ ଏହି ଟୁଇଟ୍‌କୁ ନେଇ କିଛି ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଙ୍ଗନା ଏହି ଟୁଇଟକୁ ନେଇ ଜଣେ ୟୁଜର୍ସ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, “କଙ୍ଗନା ମୁଁ ତୁମର ଜଣେ ବଡ ଫ୍ୟାନ୍। କିନ୍ତୁ ବିଜେପିରେ ଗୋଟିଏ ନିୟମ ରହିଛି, ଯାହାକୁ ମୋଦି ଜୀ ସ୍ଥିର କରିଛନ୍ତି । ଏହି ନିୟମ ଅନୁଯାୟୀ ୭୫ ବର୍ଷ ବୟସ ପରେ କୌଣସି ରାଜନେତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। ୨୦୨୪ରେ ମୋଦିଙ୍କୁ ୭୫ରୁ ଅଧିକ ବୟସ ହୋଇଥିବ। ତେବେ ଏତେ ବୟସ ପରେ ବି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ତାଙ୍କର ଦେଖାଇ ହେବା ତଥା କପଟି ଆଚରଣ ପ୍ରଦର୍ଶନ କଲା ବୋଲି ହେବା ବୋଲି ସେ କହିଛନ୍ତି।”

ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ‘ମୋଦିଙ୍କୁ ଆମେ ନୁହେଁ, ଆମ ସମସ୍ତଙ୍କୁ ତାଙ୍କର ଆବଶ୍ୟକତା ରହିଛି। ଅଖଣ୍ଡ ଭାରତକୁ ତାଙ୍କର ଆବଶ୍ୟକତା ରହିଛି। ତେଣୁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଅସୁବିଧା କ’ଣ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି।”

The post ମୋଦିଙ୍କୁ ନେଇ କଙ୍ଗନାଙ୍କ ବଡ଼ ଭବିଷ୍ୟବାଣୀ appeared first on Odisha Reporter.



from Odisha Reporter https://ift.tt/3eqppRd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages