ସୌନ୍ଦର୍ଯ୍ୟକରଣ ପାଇଁ ବୁଲଡୋଜର ଲଗା ନଯାଉ: ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ସୌନ୍ଦର୍ଯ୍ୟକରଣ ପାଇଁ ବୁଲଡୋଜର ଲଗା ନଯାଉ: ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଐତିହ୍ୟ, ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ। ହେଲେ ଏଥିପାଇଁ ବୁଲଡୋଜର ଲଗା ନଯାଉ। ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ସମର୍ଥ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମନ୍ତବ୍ୟ ଦେଇଛନ୍ତି।

ଅଣରାନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗଦେଇ ଅପରାଜିତା କହିଛନ୍ତି, ସମର୍ଥ ହେଉଛି ଏକ ଅଣରାଜନୈତିକ ସଂସ୍ଥା। ଆମେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନେଇ ଆସିନାହୁଁ। ସମସ୍ତେ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବିତ ମନେ କରନ୍ତି। ଆମ ରାଜ୍ୟ ହେଉଛି ମଠ ଓ ମନ୍ଦିରର ରାଜ୍ୟ। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନ କରି ବିକାଶ କରାଯିବାକୁ ସମସ୍ତେ ଚାହାନ୍ତି। ବିକାଶକୁ କେହି ବିରୋଧ କରୁନାହାନ୍ତି। ବିକାଶର କୌଣସି ଦଳ ନଥାଏ। ସାଂସଦ ଭାବେ ମୁଁ ସର୍ବଦା ବିକାଶ ପାଇଁ କାମ ଚଳାଇଛି। ମଠ ଓ ମନ୍ଦିରକୁ ନେଇ ସୌନ୍ଦର୍ଯ୍ୟକରଣ କରିବା ଦରକାର।

ଅପରାଜିତା ଆହୁରି କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେନେଇ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଐତିହ୍ୟ ପଦଯାତ୍ରା କରାଯାଉଛି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସେ କହିଛନ୍ତି। ଅପରାଜିତାଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକାରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଥିଲା ସମର୍ଥ ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପଦେଷ୍ଟାରେ ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଥିଲା। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ।

The post ସୌନ୍ଦର୍ଯ୍ୟକରଣ ପାଇଁ ବୁଲଡୋଜର ଲଗା ନଯାଉ: ଅପରାଜିତା appeared first on Odisha Reporter.



from Odisha Reporter https://ift.tt/3qlqNqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages