କେନ୍ଦୁପତ୍ର ତୋଳିବାକୁ ଯାଇ ଫେରିଲେନି, ଦଳିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

କେନ୍ଦୁପତ୍ର ତୋଳିବାକୁ ଯାଇ ଫେରିଲେନି, ଦଳିଦେଲା ହାତୀ

ରେଢାଖୋଲ(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜୀବନ ହାରିଲେ ବ୍ୟକ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ, ନାକଟିଦେଉଳ ରେଞ୍ଜ, ବସାଲଇ ଗାଁରେ ଘଟିଛି ଏହି ଅଘଟଣ। । ମୃତକ ହେଉଛନ୍ତି ୫୫ ବର୍ଷୀୟ ବିରଞ୍ଚି ବାଦୀ ।

ଗତକଲିଠାରୁ କେନ୍ଦୁପତ୍ର ଗୁଛା କାଟିବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ବିରଞ୍ଚି । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଖ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ହାତୀ ଆକ୍ରମଣରେ ବିରଞ୍ଚି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନାସନ୍ତୋଷ ଦେଖାଦେଇଛି ।

The post କେନ୍ଦୁପତ୍ର ତୋଳିବାକୁ ଯାଇ ଫେରିଲେନି, ଦଳିଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/3kNdG0r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages