‘ମିଶନ୍ ଶକ୍ତି’ ପଛରେ ମହିଳା ବିକାଶ ନାଁ ମହିଳା ଭୋଟ୍ ବ୍ୟାଙ୍କ୍ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

‘ମିଶନ୍ ଶକ୍ତି’ ପଛରେ ମହିଳା ବିକାଶ ନାଁ ମହିଳା ଭୋଟ୍ ବ୍ୟାଙ୍କ୍ ?

ଭୁବନେଶ୍ୱର: ଶନିବାର କ୍ୟାବିନେଟ୍ କେନ୍ଦ୍ର ମିଶନ ଶକ୍ତିକୁ ସ୍ୱତନ୍ତ୍ର ବିଭାଗ ପାଇଁ ଅନୁମତି ଦେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସଂସଦରେ ବିଜେଡିର ମହିଳା ସଂରକ୍ଷଣ କାର୍ଡ ପରେ ଏବେ ମିଶନ ଶକ୍ତି ବିଭାଗ ଗଠନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପଛରେ ମହିଳା ସଶକ୍ତିକରଣ ନାଁ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ? ବିରୋଧୀ ଏଭଳି କିଛି ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି।

୨୦୦୧ରେ ନବୀନ ସରକାର ଆରମ୍ଭ କରିଥିଲେ ମିଶନ ଶକ୍ତି କାର୍ଯ୍ୟକ୍ରମ। ହେଲେ ୨୦ ବର୍ଷ ପରେ ଏହାକୁ ସ୍ୱତନ୍ତ୍ର ବିଭାଗରେ ପରିଣତ କରିଛନ୍ତି ସରକାର। ୨୦୧୭ରେ ଗଠନ ହୋଇଥିବା ମିଶନ ଶକ୍ତି ନିର୍ଦ୍ଦେଶାଳୟ ମଧ୍ୟ ଏହି ବିଭାଗ ଅଧିନରେ ରହିବ। ଏମିତିକି SHGକୁ ମିଶନ ଶକ୍ତି ବିଭାଗକୁ ଅଣାଯାଇଛି। ଭିନ୍ନ ଭିନ୍ନ ବିଭାଗରେ ଏହି ସବୁ ବିଭାଗ ରହିବାରୁ ଅନେକ ଦ୍ୱନ୍ଦ୍ୱ ଉପୁଜୁଥିଲା। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ସମସ୍ତ ବିଭାଗକୁ ଗୋଟିଏ ଛାତ ତଳକୁ ଅଣାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ତେବେ ମହିଳାଙ୍କ ନାଁରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବୈତରଣୀ ପାର ହେବାକୁ ଏହା ଶାସକ ଦଳର ପ୍ରୟାସ ବୋଲି କଂଗ୍ରେସ କହିଛି। ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ମହିଳା ସଶକ୍ତିକରଣ ଏମାନଙ୍କ ଉଦ୍ଦେଶ୍ୟ ନୁହେଁ। ଆଗକୁ ପୌର ନିର୍ବାଚନ ରହିଛି। ସେଥିପାଇଁ ସରକାର ଏଭଳି ଘୋଷଣା କରିଛନ୍ତି। କେବଳ ଭୋଟ୍‌କୁ ଆଖି ଆଗରେ ରଖି ମିଶନ ଶକ୍ତି ନେଇଛନ୍ତି। ନାରୀଙ୍କ ନାଁ ନେଇ ପାରି ହେବାକୁ ବସିଛନ୍ତି।

ସେହିପରି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବିଭାଗରେ ପରିଣତ କରିବାକୁ କାହିଁକି ୨୦ ବର୍ଷ ଲାଗିଲା ବୋଲି ବିଜେପି ପ୍ରଶ୍ନ କରିଛି। ଏଥିରୁ ମହିଳାଙ୍କ ପ୍ରତି ରାଜ୍ୟ ସରକାର କେତେ ଯତ୍ନବାନ ଜଣାପଡ଼ୁଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ୨୦୨୨ରେ ପଞ୍ଚାୟତ ନିର୍ବାଚନ ରହିଛି। ୨୦୦୧ରେ କାହିଁକି ହେଲା ନାହିଁ କାହିଁକି? ବର୍ତ୍ତମାନ ହେଲା କାହିଁକି? ସ୍ୱତନ୍ତ୍ର ବିଭାଗ କରିବା ପାଇଁ ୨୦ ବର୍ଷ ଲାଗିଗଲା। ଏହା କଣ ମହିଳାଙ୍କ ପାଇଁ ସମ୍ମାନ ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।

ତେବେ ବିରୋଧୀଙ୍କ ଅଭିଯୋଗର ବିଜେଡି ଜବାବ ରଖିଛି। ଗୋଟିଏ ବିଭାଗ ପ୍ରତି ଅଧିକ ଗୁରୁତ୍ୱ ରହିଲେ ତାକୁ ପରେ ସ୍ୱତନ୍ତ୍ର ବିଭାଗ କରାଯାଇଥାଏ। ମିଶନ ଶକ୍ତିକୁ ଫୋକସ୍‌ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ବିଭାଗ ଦିଆଯାଇଛି।

The post ‘ମିଶନ୍ ଶକ୍ତି’ ପଛରେ ମହିଳା ବିକାଶ ନାଁ ମହିଳା ଭୋଟ୍ ବ୍ୟାଙ୍କ୍ ? appeared first on Odisha Reporter.



from Odisha Reporter https://ift.tt/2Otdjfi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages