ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ଘର ଭିତରେ ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଆରିବା ଗାଁରେ ଏକ ଘର ଭିତରୁ ଏହି ମୃତଦେହ ଠାବ ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି।
ପାରଳାଖେମୁଣ୍ଡି: ଘର ଭିତରେ ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ,
ଗୁରାଣ୍ଡି ଥାନା ଆରିବା ଗାଁରେ ଏକ ଘର ଭିତରେ ମୃତଦେହ ଠାବ,
ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ; ପୁଲିସର ଛାନଭିନ୍ #Odisha pic.twitter.com/yYoJUg6jcC— Odisha Reporter (@OdishaReporter) March 7, 2021
ମୃତକ ଦୁଇ ଜଣ ହେଲେ ସିବଲ ଡିଲେଶ୍ୱରୀ (୨୮) ଏବଂ ଟାଲୁରୁ ଶ୍ରୀନୁ (୨୧)। ରକ୍ତାକ୍ତ ଅବସ୍ଥାରେ ଘର ଭିତରୁ ଉଭୟଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ସିବଲଙ୍କ ପରିବାର ସଦସ୍ୟ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ। ତେଣୁ ଦୁହେଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଜଣାପଡ଼ୁଛି। କିନ୍ତୁ, ଏହା ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ। ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟମର୍ଟମ ପରେ ହିଁ ଜାଣିହେବ। ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗୁରୁଣ୍ଡି ପୁଲିସ ଷ୍ଟେସନର ସବ୍-ଇନ୍ସପେକ୍ଟର ଲୋକନାଥ ବେହେରା କହିଛନ୍ତି। ତେବେ ମହିଳାଙ୍କ ବେକରେ ଏକ ଗଭୀର କଟା ଚିହ୍ନ ଦେଖିବାକୁ ମିଳିଛି। ପୁଲିସର ଏକ ଟିମ୍ ଗାଁରେ ପହଞ୍ଚି ପ୍ରେମୀ ଯୁଗଳଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।
The post ଯୁବକ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/38j2cws
No comments:
Post a Comment