ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ ନେଇ ରକ୍ତାକ୍ତ ହେଲା ଗାଁ ଦାଣ୍ଡ। ବାପପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା ଆଖି ବୁଜିଥିବା ବେଳେ ପୁଅ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ଅମାନବୀୟ ଘଟଣା ବ୍ରହ୍ମପୁର ସଦର ଥାନା ଝାଡ଼ଙ୍କୁଲିରେ ଘଟିଛି। ମୃତକ ହେଲେ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ। ଗୁରୁତର ଅବସ୍ଥାରେ ତାଙ୍କ ପୁଅ ପ୍ରଶାନ୍ତ ସେଠୀ ଏବେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି । ପୁଲିସ ବିଭିନ୍ନ ସ୍ଥାନରେ ଚଉ କରି ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
The post ଗାଁ ଦାଣ୍ଡରେ ବାପପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.
from Odisha Reporter https://ift.tt/3c95YtE
No comments:
Post a Comment