ମୋଗାଦିଶୁ: ପୂର୍ବ ଆଫ୍ରିକାରେ ଥିବା ସୋମାଲିଆର ରାଜଧାନୀ ମୋଗାଦିଶୁରେ ଏକ ଆତ୍ମଘାତୀ କାର ବିସ୍ଫୋରଣ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି ଏହି ବିସ୍ଫୋରଣ। ଏକ ରେଷ୍ଟୁରାଣ୍ଟ ବାହାରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
‘ଆମେନ୍’ ଆମ୍ବୁଲାନ୍ସ ସର୍ଭିସେସର ପ୍ରତିଷ୍ଠାତା ଡକ୍ଟର ଅବଦୁଲକାଦିର ଅଦନ କହିଛନ୍ତି ଯେ ବିସ୍ଫୋରଣ ସ୍ଥାନରୁ ୨୦ ଜଣଙ୍କର ମୃତ ଦେହ ଓ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଅହମ୍ମଦ ଅବଦୁଲ୍ଲା କହିଛନ୍ତି ଯେ ଲ୍ୟୁଲ ୟମାନି ରେଷ୍ଟୁରାଣ୍ଟ ବାହାରେ ଏହି ବିସ୍ଫୋରଣ ଘଟିଛି। ଦ୍ରୁତ ଗତିରେ ଆସୁଥିବା କାରଟି ରେଷ୍ଟୁରାଣ୍ଟ ବାହାରେ ବିସ୍ଫୋରଣ କରିଥିଲା। ସେହି ସମୟରେ ସେ ରେଷ୍ଟୁରାଣ୍ଟକୁ ଯାଉଥିଲେ। କିନ୍ତୁ ବିସ୍ଫୋରଣ ଘଟିବା ପରେ ସେ ସେଠାରୁ ନିରାପଦରେ ବାହାରକୁ ପଳାଇ ଆସିଥିଲେ ବୋଲି କହିଛନ୍ତି। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଥିଲା। ତେଣୁ ଅନ୍ଧାରରେ କିଛି ଦେଖାଯାଉନଥିଲା ବୋଲି ଅବଦୁଲ୍ଲା କହିଛନ୍ତି।
ତେବେ ଦୁର୍ଘଟଣାସ୍ଥଳ ମୋଗାଦିଶୁରେ ବିସ୍ଫୋରଣ ସ୍ଥଳରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ପୁଲିସ ଏବେ ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଞ୍ଚଳକୁ ଘେରି ରହିଛି। ତେବେ ଏପର୍ଯ୍ୟନ୍ତ କେହି ଏହି ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।
ସାଧାରଣତଃ ଏହି ଦେଶରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ଅଲ ଶବାବର ଦବଦବା ରହିଛି। ସୋମାଲିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଆତଙ୍କୀ ସଂଗଠନ ବୋମା ବିସ୍ଫୋରଣ କରିଥାଏ। ଆତଙ୍କୀ ସଂଗଠନର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସରକାରଙ୍କୁ ଗାଦିଚ୍ୟୁତ କରିବା।
The post ଆତ୍ମଘାତୀ ବିସ୍ଫୋରଣରେ ୨୦ ମୃତ, ୩୦ରୁ ଅଧିକ ଆହତ appeared first on Odisha Reporter.
from Odisha Reporter https://ift.tt/3qfqDkI
No comments:
Post a Comment