ଜଗା ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ଜଗା ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ (ଓଡ଼ିଶା ରିପୋର୍ଟର): ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳ ପ୍ରାୟ ୯ଟାରେ ଗଜପତି ମହାରାଜ ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ସିଂହଦ୍ୱାରରେ ଗରୁଡ ସ୍ତମ୍ଭ ପାଖରୁ ପ୍ରଥମେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିଥିଲେ ରାଷ୍ଟ୍ରପତି। ଏହାପରେ ସେ ୨୨ ପାହାଚ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ। ରାଷ୍ଟ୍ରପତି ମନ୍ଦିର ଭିତରେ ଗର୍ଭଗୃହକୁ ଯାଇ ପୂଜାର୍ଚ୍ଚନା କରିବା ସହ ରତ୍ନସିଂହାସନ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପରେ ଶ୍ରୀମନ୍ଦିର ବେଢାରେ ପରିକ୍ରମା କରିବା ସହ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି। ମନ୍ଦିର ବାହାରେ ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ବୁଲି ଦେଖିଛନ୍ତି ରାଷ୍ଟ୍ରପତି। ମନ୍ଦିରରୁ ଫେରିବା ବେଳେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦାନ କରାଯାଇଛି।

ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଧା କୋଣାର୍କ ଅଭିମୁଖେ ଯାତ୍ରା କରିଥିଲେ। କୋଣାର୍କରେ ରାଷ୍ଟ୍ରପତି ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ରାଷ୍ଟ୍ରପତି ସପରିବାର ସହ ବ୍ୟାଟେରୀ ଚାଳିତ ଗାଡ଼ିରେ ବୁଲି କୋଣାର୍କର କାରୁକାର୍ଯ୍ୟ ଦେଖିଛନ୍ତି। ରାଷ୍ଟ୍ରପତିଙ୍କ ସାଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଣାର୍କ ବୁଲିଛନ୍ତି।

କୋଣାର୍କ ବୁଲିବା ବେଳେ ମନ୍ଦିରର ନିର୍ମାଣ ଓ କାରୁକାର୍ଯ୍ୟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର କଳା ସଂସ୍କୃତିକୁ ଅତି ନିକଟରୁ ଦେଖିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଆକର୍ଷଣୀୟ କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ରାଷ୍ଟ୍ରପତି।

କୋଣାର୍କ ପରିସରରେ ଅଧଘଣ୍ଟା ଧରି କଳାକୃତି ଦେଖିବା ପରେ ରାଷ୍ଟ୍ରପତି, ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କୁ କୋଣାର୍କର ଐତିହ୍ୟ ବାବଦରେ ସୂଚନା ଦେଇଥିଲେ। ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ପରେ ଅପରାହ୍ଣ ୪ଟା ଯାଏଁ ଓଟିଡିସିର ଯାତ୍ରୀ ନିବାସରେ ବିଶ୍ରାମ ନେଉଛନ୍ତି ରାଷ୍ଟ୍ରପତି। ଏହାପରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ। ସେଠାରୁ ସ୍ୱତନ୍ତ୍ର ବିମାନରେ ପ୍ରାୟ ୭ଟା ୧୫ରେ ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

The post ଜଗା ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ appeared first on Odisha Reporter.



from Odisha Reporter https://ift.tt/3tD5GSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages