୨୨ ବର୍ଷ ପରେ ବିବନକୁ ଚିହ୍ନିବେ ଅଞ୍ଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

୨୨ ବର୍ଷ ପରେ ବିବନକୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୨ ବର୍ଷ ପୂର୍ବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବେ ଅଞ୍ଜନା ମିଶ୍ର। ଏପରି ଲୋମହର୍ଷଣକାରୀ କାଣ୍ଡ ଘଟାଇ ବର୍ଷ ବର୍ଷ ଧରି ବାହାରେ ବୁଲୁଥିବା ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ୍‌ ଗିରଫ କରିଥିବା ବେଳେ ତାଙ୍କ TI ପରେଡରେ ତାଙ୍କୁ ଚିହ୍ନିବେ ଅଞ୍ଜନା। ହେଲେ  କାହା ପ୍ରରୋଚନାରେ ଏପରି କାଣ୍ଡ ଘଟିଥିଲା ତାହା ପଦାକୁ ଆସୁ ବୋଲି କହିଛନ୍ତି ଅଞ୍ଜନା।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ କରିଛି ସିବିଆଇ । ସିବିଆଇର ସ୍ପେଶାଲ CJM କୋର୍ଟରେ ସିବିଆଇ କୋଲକାତା ପକ୍ଷରୁ ଏନେଇ ଆବେଦନ କରାଯାଇଛି।  ଏଥିସହ ବିବନକୁ ୫ ଦିନ ରିମାଣ୍ଡରେ ନେବା ଲାଗି ମଧ୍ୟ ସିବିଆଇ ଆବେଦନ କରିଛି  ।

TI ପରେଡ ପାଇଁ ସିବିଆଇର ଆବେଦନ ପରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଜନା ମିଶ୍ର । ସେ କହିଛନ୍ତି, ବିବନକୁ କିଏ ଫେରାର କଲା ସେ ସାମ୍ନାକୁ ଆସୁ । ୨୨ ବର୍ଷ ପରେ TI ପରେଡ୍‌ରେ ବିବନକୁ ଚିହ୍ନିବି । କାହା ପ୍ରରୋଚନାରେ କାଣ୍ଡ ଘଟିଥିଲା ପଦାକୁ ଆସୁ । ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ଥିଲା ବିବନ ତାର ତଦନ୍ତ ହେଉ । ଘଟଣା ପଛର ଷଡ଼ଯନ୍ତ୍ରକାରୀଙ୍କୁ ସିବିଆଇ ସାମ୍ନାକୁ ଆଣୁ ବୋଲି ଅଞ୍ଜନା ପ୍ରତିକ୍ରିୟା ଦେଇଛନ୍ତି  ।

 

The post ୨୨ ବର୍ଷ ପରେ ବିବନକୁ ଚିହ୍ନିବେ ଅଞ୍ଜନା appeared first on Odisha Reporter.



from Odisha Reporter https://ift.tt/3qacqW9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages