ଲକ୍ଷ୍ନୌ ଆସୁଥିଲା, ପାକିସ୍ତାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ଲକ୍ଷ୍ନୌ ଆସୁଥିଲା, ପାକିସ୍ତାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜରୁରୀ ଅବତରଣ କଲା ଲକ୍ଷ୍ନୌ ଆସୁଥିବା ବିମାନ। ମଙ୍ଗଳବାର ଦିନ ଶାରଜାହରୁ ଲକ୍ଷ୍ନୌ ଆସୁଥିବା ଇଣ୍ଡିଗୋ ବିମାନରେ ମେଡିକାଲ ଏମର୍ଜେନ୍ସି ଯୋଗୁଁ ପାକିସ୍ତାନର କରାଚୀ ବିମାନ ବନ୍ଦରରେ ଅବତରଣ କରାଯାଇଛି।

ଏଥିରେ ଥିବା ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହେବାକୁ ଯୋଗୁଁ ବିମାନଟିକୁ ଜରୁରୀ ଲ୍ୟାଣ୍ଡିଂ କରାଯାଇଛି। ହେଲେ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରି ନାହିଁ। କରାଚୀ ମେଡିକାଲ ଟିମ ଉକ୍ତ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିବା ଇଣ୍ଡିଗୋ ସୂଚନା ଦେଇଛି।

ଏୟାରଲାଇନ କହିଛି ଯେ, 6E1412 ବିମାନ– ଶାରଜାହରୁ ଲକ୍ଷ୍ନୌରୁ ଆସୁଥିଲା। ହଠାତ ବିମାନକୁ କରାଚୀ ଆଡକୁ ନିଆଯାଇଥିଲା ଓ କରାଚୀରେ ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଥିଲା। ଏୟାରଲାଇନ କହିଛି ଯେ ଏହି ସୂଚନା ପାଇଁ ଆମେ ଦୁଃଖିତ। ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ଏୟାରଲାଇନ ସମବେଦନା ଜ୍ଞାପନ କରାଯାଇଛି।

ତେବେ ଏହି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଏକ ଭାରତୀୟ ଏୟାର ଆମ୍ବୁଲାନ୍ସ ଇନ୍ଧନ ଭରିବାକୁ ଇସ୍ଲାମଵାଦ ବିମାନବନ୍ଦରରେ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ କରିଥିଲା। ତା ପୂର୍ବରୁ ୧୭୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଗୋଏୟାର ବିମାନ କରାଚୀ ବିମାନବନ୍ଦରରେ ଏମେର୍ଜେନ୍ସି ଲ୍ୟାଣ୍ଡିଙ୍ଗ କରିଥିଲା। ୨୦୨୦ ନଭେମ୍ବରରେ ବିମାନର ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା। ଯାତ୍ରା ସମୟରେ ତାଙ୍କୁ ଚିକିତ୍ସା କରାଯାଇଥିଲା କିନ୍ତୁ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା।

The post ଲକ୍ଷ୍ନୌ ଆସୁଥିଲା, ପାକିସ୍ତାନରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ବିମାନ appeared first on Odisha Reporter.



from Odisha Reporter https://ift.tt/3rcvynC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages