ନୂଆଦିଲ୍ଲୀ: ସାରା ଦେଶରେ ମାର୍ଚ୍ଚ ୧ ତାରିଖରୁ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କ୍ରମରେ ମଙ୍ଗଳବାର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ଟିକା ନେଇଛନ୍ତି। ଶାସ୍ତ୍ରୀ ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଖୋଦ୍ ଶାସ୍ତ୍ରୀ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଏହାସହ ଶାସ୍ତ୍ରୀ ବୈଜ୍ଞାନିକ ଓ ହସ୍ପିଟାଲର ମେଡିକାଲ୍ ଟିମକୁ ପ୍ରଶଂସା କରିଛନ୍ତି।
ଶାସ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲି। ମହାମାରୀ କରୋନା ବିରୋଧରେ ଭାରତକୁ ସଶକ୍ତ କରାଇବା ପାଇଁ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ। ଆପୋଲୋ ହସ୍ପିଟାଲରେ କାନ୍ତାବେନ୍ ଓ ତାଙ୍କ ଟିମର କାମରେ ମୁଁ ଖୁବ୍ ପ୍ରଭାବିତ।’ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁଯାୟୀ, ଭାରତୀୟ ଟିମର ସହଯୋଗୀ ଷ୍ଟାଫର ଅନ୍ୟ କୌଣସି ସଦସ୍ୟ ଟିକା ନେଇନାହାନ୍ତି। ସୂଚନାଯୋଗ୍ୟ, ଭାରତରେ ସୋମବାରଠାରୁ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି।
Got the first dose of COVID-19 vaccine. Thank you to the amazing medical professionals & scientists for empowering India against the pandemic.
Extremely impressed with the professionalism shown by Kantaben & her team at Apollo, Ahmedabad in dealing with COVID-19 vaccination pic.twitter.com/EI29kMdoDF
— Ravi Shastri (@RaviShastriOfc) March 2, 2021
ଭାରତ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଛି। ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଗୁରୁବାରଠାରୁ ଅହମ୍ମଦାବାଦରେ ଖେଳାଯିବ। ଭାରତ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ରହିଛି। ୫୮ ବର୍ଷୀୟ ଶାସ୍ତ୍ରୀ ନିଜ କୋଚିଂ କାର୍ଯ୍ୟାଳୟରେ ଭାରତୀୟ ଟିମକୁ ନୂଆ ସ୍ତରରେ ପହଞ୍ଚାଇଛନ୍ତି। ୨୦୧୭ରେ ଶାସ୍ତ୍ରୀଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ କୋଚିଂରୋ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ମାଟିରେ ଲଗାତର ଦୁଇଥର ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି। ରବି ଶାସ୍ତ୍ରୀ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଭାରତୀୟ ଦଳର ଡାଇରେକ୍ଟର ଥିଲେ। ଶାସ୍ତ୍ରୀ ଭାରତ ପକ୍ଷରୁ ୮୦ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।
The post ଟିକା ନେଲେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3b73LQ0
No comments:
Post a Comment