ବେଙ୍ଗଲ ଓ ଆସାମ ପାଇଁ ଭୋଟିଂ ଆରମ୍ଭ, ମୋଦି କଲେ ଏମିତି ଟ୍ୱିଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ବେଙ୍ଗଲ ଓ ଆସାମ ପାଇଁ ଭୋଟିଂ ଆରମ୍ଭ, ମୋଦି କଲେ ଏମିତି ଟ୍ୱିଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଧାଡ଼ିରେ ଆସି ମତଦାନ କରିବାରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନ ପାଇଁ ଭୋଟିଂ ହେଉଛି।

ବେଙ୍ଗଲରେ ସକାଳୁ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ଯାଏ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦୁଇ ରାଜ୍ୟର ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଅଧିକରୁ ଅଧିକ ସଂଖ୍ୟକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ସେ କହିଛନ୍ତି।


ଆଜି ଭୋଟିଂ ହେଉଥିବା ବେଙ୍ଗଲର ୩୦ଟି ଆସନରେ ପ୍ରାୟ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୭୩ ଲକ୍ଷ ଭୋଟର୍‌ ଏମାନଙ୍କ ଭାଗ୍ୟକୁ ଇଭିଏମ୍‌ରେ ସିଲ୍‌ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଦିବାସୀ ବହୁଳ ୫ଟି ଜିଲ୍ଲାର ୩୦ଟି ଆସନରେ ଭୋଟିଂ ହେଉଛି। ଏହି ଅଞ୍ଚଳ ଜଙ୍ଗଲ ମହଲ ଭାବେ ପରିଚିତ।

ପୁରୁଲିଆ, ବାଙ୍କୁରା, ପୂର୍ବ ଓ ପଶ୍ଚିମ ମେଦିନିପୁର ଏବଂ ଝରଗ୍ରାମ ଜିଲ୍ଲା ଏହି ଜଙ୍ଗଲ ମହଲ ଅଞ୍ଚଳ ମଧ୍ୟରେ ରହିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଲୋକମାନେ ଧାଡ଼ିରେ ଆସି ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସମସ୍ତଙ୍କୁ କରୋନା କଟକଣା ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ପାଇଁ ପୁଲିଂ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ବାଜିମାତ କରିଥିଲା। ତେବେ ୨୦୧୬ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଟିଏମସି ୩୦ଟିରୁ ୨୭ଟି, କଂଗ୍ରେସ ୨ଟି ଓ ବାମଦଳ ପାଖକୁ ଗୋଟିଏ ଆସନ ଯାଇଥିଲା। ବିଜେପି ଏଠାରେ ଖାତା ଖୋଲି ପାରି ନଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଜଙ୍ଗଲ ମହଲର ସମସ୍ତ ୫ଟି ଯାକ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା।

ଅନ୍ୟପକ୍ଷରେ ଆଜି ଆସାମ ବିଧାନସଭାର ୧୨୬ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୭ଟି ସ୍ଥାନରେ ଭୋଟିଂ ଆରମ୍ଭ ହୋଇଛି। ଏହି ସବୁ ଆସନ ବିଜେପିର ଗଡ଼ ଭାବେ ପରିଚିତ। ୨୦୧୬ରେ ଦଳ ୪୭ଟି ଆସନରୁ ଏକାକୀ ୨୭ଟିରେ ବାଜିମାତ କରିଥିଲା। ସେହିପରି କଂଗ୍ରେସ ୯ଟି, ଏଜିପି ୮ଟି, ଏୟୁଡିଏଫ ୨ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ବିଜେପି ୪୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଜଲୱା ଦେଖାଇଥିଲା।


ଆସମରେ ବିଜେପି କ୍ଷମତାରେ ରହିଛି। ପୁଣିଥରେ ଦଳ ଶାସନ ଗାଦିକୁ ଫେରିବ ବୋଲି ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦଳ ମାରାଥନ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି।

ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେହିପରି କଂଗ୍ରେସର ରାଜ୍ୟ ମୁଖ୍ୟ ରିପୁନ ଭୋରା ଓ ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମରେ ସିଲ ହେବ। ସୋନୱାଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ତାଙ୍କର ଲଢ଼େଇ କଂଗ୍ରେସର ରାଜୀବଲୋଚନ ପେଗୁଙ୍କ ସହ ହେଉଛି।

The post ବେଙ୍ଗଲ ଓ ଆସାମ ପାଇଁ ଭୋଟିଂ ଆରମ୍ଭ, ମୋଦି କଲେ ଏମିତି ଟ୍ୱିଟ appeared first on Odisha Reporter.



from Odisha Reporter https://ift.tt/3coDjls

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages