ବୁମ୍ରାଙ୍କୁ ଅତିକ୍ରମ କରି ରେକର୍ଡ କଲେ ଚହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ବୁମ୍ରାଙ୍କୁ ଅତିକ୍ରମ କରି ରେକର୍ଡ କଲେ ଚହଲ

ଅହମଦାବାଦ: ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜଭେନ୍ଦର ଚହଲ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ରେକର୍ଡ କରିଛନ୍ତି। ଭାରତ ପ୍ରଥମ ଟି-୨୦କୁ ହାରି ଯାଇଛି ସତ, ହେଲେ ବ୍ୟକ୍ତିଗତ ଭାବେ ଚହଲ ରେକର୍ଡ ବୁକରେ ନିଜ ନାଁକୁ ସାମିଲ କରିଛନ୍ତି। ଟି-୨୦ରେ ବର୍ତ୍ତମାନ ଚହଲ ସର୍ବାଧିକ ୱିକେଟ ଦଖଲକାରୀ ଭାରତୀୟ ଖେଳାଳି ହୋଇଯାଇଛନ୍ତି। ସେ ଗତକାଲି ମ୍ୟାଚ୍‌ରେ ଗୋଟିଏ ୱିକେଟ ନେବା ପରେ ପୂର୍ବରୁ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ୧ନଂ ସ୍ଥାନରେ ଥିବା ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି।

ଇଂଲଣ୍ଡ ଇନିଂସ୍‌ର ୮ମ ଓଭର୍‌ରେ ଚହଲ ୨୮ ରନ୍‌ କରିଥିବା ଜୋସ ବଟଲରଙ୍କୁ ଆଉଟ କରି ନିଜ ଟି-୨୦ କ୍ୟାରିୟରର ୬୦ତମ ୱିକେଟ ଦଖଲ କରିଥିଲେ। ମ୍ୟାଚ୍‌ ପୂର୍ବରୁ ଟି-୨୦ରେ ଭାରତ ପାଇଁ ୫୯ଟି ୱିକେଟ ଦଖଲ କରି ବୁମ୍ରାଙ୍କ ସହ ସେ ୧ନଂ ସ୍ଥାନରେ ରହିଥିଲେ।

ଶୁକ୍ରବାର ଚହଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ତମ ମ୍ୟାଚ୍‌ ମଧ୍ୟ ପୂରଣ କରିଛନ୍ତି। ସେ ଏଯାଏ ୪୬ ଟି-୨୦ ମ୍ୟାଚ୍‌ ଖେଳି ୬୦ଟି ୱିକେଟ ନେଇଥିବା ବେଳେ ବୁମ୍ରା ୫୦ଟି ମ୍ୟାଚ୍‌ରେ ୫୯ଟି ୱିକେଟ ଦଖଲ କରିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତ ଗତକାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ମାତ୍ର ୧୨୪ ରନ୍‌ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୧୫.୩ ଓଭର୍‌ରେ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଭ୍ରମଣକାରୀ ଦଳ ୧-୦ରେ ଆଗକୁ ମଧ୍ୟ ହୋଇଯାଇଛି।

The post ବୁମ୍ରାଙ୍କୁ ଅତିକ୍ରମ କରି ରେକର୍ଡ କଲେ ଚହଲ appeared first on Odisha Reporter.



from Odisha Reporter https://ift.tt/3vhO9RH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages