ମାଲକାନଗିରି(ଜିତେନ୍ଦ୍ର ବେଉରା): ୩ ମାସ ତଳେ ପ୍ରସ୍ତୁତ ହୋଇଥିଲା ଲୁଟ୍ର ବ୍ଲୁ ପ୍ରିଣ୍ଟ । ସେହି ଅନୁଯାୟୀ ଆକ୍ସନ ପ୍ଲାନ୍ ବି ଫାଇନାଲ ହୋଇ ସାରିଥିଲା। ଟାର୍ଗେଟରେ ଥିଲେ ସୁନା ବ୍ୟବସାୟୀ। ତାଙ୍କ ଘର ଭଡ଼ାରେ ନେବା ସହ ଶେଷରେ ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା। ଫିଲ୍ମି ଷ୍ଟାଇଲରେ ଏପରି ଲୁଟ୍ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ବି କାଟି ନେଇଛନ୍ତି ଲୁଟେରା।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଗତ ୩ ମାସ ପୂର୍ବେ ଲୁଟେରାଜଣକ ଘର ଭଡ଼ା ନେଇ ରହିଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖୁ ଲୁଟର ଯୋଜନା ପ୍ରସ୍ତୁତ କଲେ।
ଏହାପରେ ଗତକାଲି ରାତି ୮ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।
ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ ଲୁଟି ନେଇଥିଲେ ସୁନା ଗହଣା। ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି।
ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ସିସିଟିଭିକୁ କାଟି ନେଇଯାଇଥିବା ବେଳେ ଲୁଟେରାର ଟେର ପାଇପାରୁନି ପୁଲିସ୍।
The post ମିଠା ଖୁଆଇ ଲୁଟି ନେଲେ ୩୫ ଲକ୍ଷର ସୁନା appeared first on Odisha Reporter.
from Odisha Reporter https://ift.tt/3r9Y49t
No comments:
Post a Comment