ଗଜପତି/ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଏକ ମାଲବାହୀ ଟ୍ରକ୍ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍। ଚାଲିଗଲା ହେଲ୍ପରଙ୍କ ଜୀବନ। ସେହିପରି ୮ ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ସୋମପେଟା ନିକଟରେ। ତ୍ରିପାଠୀ ନାମକ ଏହି ଘରୋଇ ବସ୍ରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ଏହା ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।
ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ଟ୍ରକ୍ ପଛରେ ପିଟି ହେଲା ବସ୍ appeared first on Odisha Reporter.
from Odisha Reporter https://ift.tt/30LXFP7
No comments:
Post a Comment