ଆଜି ବି ସିଝିବ ସାରା ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଆଜି ବି ସିଝିବ ସାରା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି ବି ତାତିରେ ସିଝିବ ସାରା ଓଡ଼ିଶା। ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ।  ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା।

ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଅନେକ ସହରରେ ରାସ୍ତାଘାଟ ଖାଁ ଖାଁ ହୋଇପଡ଼ିଥିଲା॥ ବାରିପଦା ସହରରେ ଗତକାଲି ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ।

ସେଠାରେ ତାପମାତ୍ରା ୪୪ ଦଶମିକ ୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ତାଳଚେର, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗୀର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ନୟାଗଡ, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

The post ଆଜି ବି ସିଝିବ ସାରା ଓଡ଼ିଶା appeared first on Odisha Reporter.



from Odisha Reporter https://ift.tt/3fwTOOm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages