ଅଭିନେତା ଏଜାଜ ଖାନ୍‌ଙ୍କୁ ଗିରଫ କଲା ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଅଭିନେତା ଏଜାଜ ଖାନ୍‌ଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ଆଉ ଜଣେ ଅଭିନେତା। ଦୀର୍ଘ ସମୟ ଧରି ପଚରାଉଚରା ପରେ ଏନ୍‌ସିବି ଅଭିସନେତା ଏଜାଜ ଖାନ୍‌ଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ଏଥିସହ ତାଙ୍କ ଘରୁ କିଛି ନିଶାଜାତ ଔଷଓ ମଧ୍ୟ ଜବତ କରିଛି ଏନ୍‌ସିବି। ଏହି ମାମଲାରେ ଡ୍ରଗ୍ ପ୍ୟାଡଲର୍ ଶାଦାବ ବଟାଟାଙ୍କ ଗିରଫଦାରୀ ପରେ ଏଜାଜଙ୍କ ନାଁ ସାମ୍ନାକୁ ଆସିଥିଲା। ମଙ୍ଗଳବାର ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏଜାଜଙ୍କୁ ଏୟାରପୋର୍ଟରୁ ଅଟକ ରଖିଥିଲା ଏନସିବି।

ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ ଡ୍ରଗ୍ସ କିଙ୍ଗ ରୂପେ ଜଣାଶୁଣା ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ଏହି ମାମଲାରେ ଏଜାଜକୁ ଏନ୍‌ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ବିଳମ୍ୱିତ ରାତିରେ ଗିରଫ କରିଛି। ଏନସିବି ଏଜାଜଙ୍କୁ ଗିରଫ କରିବା ପରେ ଅନ୍ଧେରୀ ଓ ଲୋଖଣ୍ଡୱାଲାର କିଛି ସ୍ଥାନରେ ଚଢ଼ାଉ କରିଛି । ତେବେ ଚଢ଼ାଉ ସମୟରେ ଡ୍ରଗ ମିଳିଛି କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନି । ଏହା ପୂର୍ବରୁ ଏନ୍‌ସିବି ଡ୍ରଗ ମାଫିଆ ଫାରୁଖ ବଟାଟାକୁ ପାଖାପାଖି ୮ ଘଣ୍ଟା ଧରି ପଚରାଉଚରା କରିଥିଲା ।

ନିକଟରେ ଏନସିବି ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ ସପ୍ଲାୟର୍ ଫାରୁକ୍ ବଟାଟାଙ୍କ ପୁଅ ଶାଦାବଙ୍କୁ ଗିରଫ କରିଥିଲା। କେବଳ ଏତିକି ନୁହେଁ, ତାଙ୍କ ପାଖରୁ ପାଖରୁ ପାଖାପାଖି ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା। ଶାଦାବ ବଟାଟାଙ୍କ ଉପରେ ବଲିଉଡ୍ ସେଲିବ୍ରିଟୀଙ୍କୁ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି।

ଏଜାଜ ପ୍ରଥମଥର ଲାଗି ବିବାଦକୁ ଆସିନାହାନ୍ତି। ଏହା ପୂର୍ବରୁ ଏଜାଜ ଅନେକ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ ଶେଆର୍ କରିବା ଅଭିଯୋଗର ଜେଲ୍ ଯାଇ ସାରିଛନ୍ତି। ଏହାବ୍ୟତୀତ ଏଜାଜ ଫେସବୁକ୍ ଲାଇଭରେ ଏମିତି କିଛି ବୟାନ ଦେଇଥିଲେ, ଯାହା ପରେ ତାଙ୍କର ଗିରଫଦାରୀକୁ ନେଇ ଦାବି ଜୋର ଧରିଥିଲା। ଏହି ମାମଲାରେ ଏଜାଜଙ୍କ ବିରୋଧରେ ମୁମ୍ବାଇର ଖାର୍ ପୁଲିସ୍ ଷ୍ଟେସନରେ ମାନହାନୀ ଏବଂ ଅଶାଳୀନ ମନ୍ତବ୍ୟ ଦେବାର ଅଭିଯୋଗ ଦାଖଲ କରାଯାଇଥିଲା। ଏଜାଜ ଖାନ୍ ଟିଭି ରିୟଲିଟି ଶୋ’ ‘ବିଗ୍ ବସ୍-୭’ରେ ସାଥୀ ପ୍ରତିଯୋଗୀଙ୍କ ସହ ମାରପିଟ୍ କରି ଚର୍ଚ୍ଚାକୁ ଆସିଥିଲେ।

The post ଅଭିନେତା ଏଜାଜ ଖାନ୍‌ଙ୍କୁ ଗିରଫ କଲା ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3wc9xsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages