ରୋଗୀ ମୃତ୍ୟୁରୁ ଅଭାବନୀୟ କାଣ୍ଡ; ସମ୍ପର୍କୀୟ ଜେଲ୍‌ରେ, ୩ ଦିନ ହେଲାଣି ପଡ଼ିରହିଛି ଶବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

 ରୋଗୀ ମୃତ୍ୟୁରୁ ଅଭାବନୀୟ କାଣ୍ଡ; ସମ୍ପର୍କୀୟ ଜେଲ୍‌ରେ, ୩ ଦିନ ହେଲାଣି ପଡ଼ିରହିଛି ଶବ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଭୀମଭୋଇ ମେଡିକାଲରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ଉତ୍ତେଜନା । ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ମେଡିକାଲ ପରିସରରେ ଘଟାଇଥିଲେ ତୁମୁଳ କାଣ୍ଡ।

ଏହି ଘଟଣାରେ ପୁଲିସ୍‌ ମୃତକଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।  ମୃତକଙ୍କ ପରିବାର ଓ ସମ୍ପର୍କୀୟ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବାରୁ  ୩ ଦିନ ହେଲାଣି ଶବ ସଂରକ୍ଷଣ ଗୃହରେ ପଡ଼ିରହିଛି ମୃତଦେହ ।  ପରିବାରର ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଛାଡ଼ିବା ପରେ ମୃତଦେହ ନିଆଯିବ ବୋଲି ଜିଦ୍ ଧରିଛନ୍ତି ପରିବାର ଲୋକ ।

ଅପରପକ୍ଷେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନିବେଦନ କ୍ରମେ ପୁଲିସ୍‌ ଗିରଫ ବ୍ୟକ୍ତିଙ୍କ ବିରୋଧରେ ଲାଗିଥିବା ଦଫାକୁ କୋହଳ କରିଥିବା ସୂଚନା ମିଳିଛି । ଏହାପରେ ବି ମେଡ଼ିକାଲ୍ ପରିସରରେ ଚାପା ଉତ୍ତେଜନା ଲାଗିରହିବା ସହ ଶବ ସଂରକ୍ଷଣ ଗୃହରେ ପଡ଼ିରହିଛି ମୃତଦେହ ।

ସୂଚନାଯୋଗ୍ୟ,  ବଲାଙ୍ଗିର ଭୁର୍ସିପାଲି ଗାଁର ମିଟୁ ବେହେରା ନାମକ ଜଣେ ଯୁବକଙ୍କ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା ।  ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଓ ସଂର୍ପକୀୟ ହସ୍ପିଟାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତର ଓ ନର୍ସଙ୍କୁ ମାରପିଟ  କରିଥିଲେ ।

ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।  ଏହି ଘଟଣାରେ ପୁଲିସ୍‌ ମୃତକଙ୍କ ୧୦ ଜଣ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

The post  ରୋଗୀ ମୃତ୍ୟୁରୁ ଅଭାବନୀୟ କାଣ୍ଡ; ସମ୍ପର୍କୀୟ ଜେଲ୍‌ରେ, ୩ ଦିନ ହେଲାଣି ପଡ଼ିରହିଛି ଶବ appeared first on Odisha Reporter.



from Odisha Reporter https://ift.tt/3l2sHeS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages