ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 5, 2021

ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ପ୍ରେମୀ ପାଇଁ ଖୁସି ଖବର। ଓଡ଼ିଶାର ଉଦୀୟମାନ ବୋଲର ରାଜେଶ ମହାନ୍ତି ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଚେନ୍ନାଇ ଯିବେ। ରାଜେଶ ଆଇପିଏଲ୍ ଫ୍ରାଞ୍ଚାଇଜି ତଥା ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍ ରାଜେଶଙ୍କୁ ଏମଆରଏଫ୍ ପେସ୍ ଫାଉଣ୍ଡେସନ୍ ଚେନ୍ନାଇ ସୁପର୍ କିଙ୍ଗସର ନେଟ୍ ଭାବେ ମନୋନୀତ କରିଛି।

ରାଜେଶ ଏବେ ଚେନ୍ନାଇ ଖେଳାଳିମାନଙ୍କୁ ନେଟରେ ବୋଲିଂ କରିବେ। ରାଜେଶ ମଧ୍ୟ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ନେଟ୍ସରେ ବୋଲିଂ କରିବେ। ଏଥିପାଇଁ ରାଜେଶ ଖୁବଶୀଘ୍ର ଚେନ୍ନାଇ ଟିମ୍ ସହ ଯୋଗ ଦେବେ। ନିକଟରେ ଶେଷ ହୋଇଥିବା ଆଇପିଏଲ୍ ନିଲାମରେ କୌଣସି ଓଡ଼ିଆ କ୍ରିକେଟରଙ୍କୁ କେହି ଫ୍ରାଞ୍ଚାଇଜି କିଣିନଥିଲେ। କିନ୍ତୁ ରାଜେଶ ଏବେ ଯେଉଁ ସୁଯୋଗ ପାଇଛନ୍ତି, ତାହା ନିଶ୍ଚୟ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ। କାରଣ ଚେନ୍ନାଇ ଟିମରେ ଅନେକ ଅନ୍ତର୍ଜାତୀୟ କ୍ରିକେଟର୍ ଅଛନ୍ତି। ଧୋନିଙ୍କ ବ୍ୟତୀତ ଫାଫ୍ ଡୁପ୍ଲେସିସ୍, ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା ଓ ଅମ୍ବାତି ରାୟୁଡୁଙ୍କୁ ରାଜେଶ ନେଟରେ ବୋଲିଂ କରିବାର ସୁଯୋଗ ପାଇବେ।

୨୦ ବର୍ଷୀୟ ଏହି ଯୁବ ବୋଲର ଜୁନିୟର ପରେ ଓଡ଼ିଶା ସିନିୟର ଟିମ୍ ପକ୍ଷରୁ ବହୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ସିନିୟର ଟିମର ନିୟମିତ ସଦସ୍ୟ ଅଛନ୍ତି। ଆଇପିଏଲରେ ଚେନ୍ନାଇ ଭଳି ଟିମ୍ ସହ ପ୍ରାକ୍ଟିସ୍ କରି ଅଭିଜ୍ଞତା ସହ ନିଜ ଦକ୍ଷତାରେ ଉନ୍ନତି କରିବା ପାଇଁ ରାଜେଶଙ୍କ ପାଖରେ ଭଲ ସୁଯୋଗ ରହିଛି। ରାଜେଶଙ୍କ ସଫଳତା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସମସ୍ତ ସଦସ୍ୟ କାମନା କରିଛନ୍ତି।

The post ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି appeared first on Odisha Reporter.



from Odisha Reporter https://ift.tt/3uW0Npo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages