ନୂଆଦିଲ୍ଲୀ: ଅଭିନେତା ତଥା ରାଜନେତା ପରେଶ ରାୱଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
୬୫ ବର୍ଷୀୟ ପରେଶ ରାୱଲ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବାର ଦୁଇ ସପ୍ତାହ ପରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଟ୍ୱିଟ୍ କରି ସେ ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ ମୁଁ ପଜିଟିଭ୍ ଚିହ୍ନଟ ହୋଇଛି।’ ଏହା ସହିତ ଗତ ୧୦ ଦିନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି।
ମାର୍ଚ୍ଚ ୯ ତାରିଖରେ ପରେଶ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ। ଏ ସଂପର୍କରେ ସେ ଟ୍ୱିଟ୍ କରି ଜଣାଇଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ପରେଶଙ୍କ ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ତାଙ୍କ ପତ୍ନୀ ସ୍ୱରୂପ ରାୱଲ ମଧ୍ୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ।
ସୂଚନାଯୋଗ୍ୟ, ଏହି ସପ୍ତାହରେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ, ଆମୀର ଖାନ ଓ ଆର୍. ମାଧବନ ପ୍ରମୁଖ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ଫିଲ୍ମ ନିର୍ମାତା ତଥା ଅଭିନେତା ସତୀଶ କୌଶିକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Unfortunately, I have tested positive for COVID-19. All those that have come in contact with me in the last 10 days are requested to please get themselves tested.
— Paresh Rawal (@SirPareshRawal) March 26, 2021
The post ପରେଶ ରାୱଲ କରୋନା ପଜିଟିଭ୍, ଦୁଇ ସପ୍ତାହ ତଳେ ନେଇଥିଲେ ଟିକା appeared first on Odisha Reporter.
from Odisha Reporter https://ift.tt/3dcwXop
No comments:
Post a Comment