ଅଶାନ୍ତି ଦୂର କରିବାକୁ ଚାହୁଁଥିଲେ, ଭୁଲରେ ବି ଘରେ ରଖନ୍ତୁନି ଏସବୁ ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

ଅଶାନ୍ତି ଦୂର କରିବାକୁ ଚାହୁଁଥିଲେ, ଭୁଲରେ ବି ଘରେ ରଖନ୍ତୁନି ଏସବୁ ଜିନିଷ

ଘରେ ସୁଖ, ଶାନ୍ତି ଏବଂ ହସଖୁସିମୟ ପରିବେଶ ପାଇଁ ବାସ୍ତୁ ହିସାବରେ ସବୁ ଜିନିଷ ଠିକ ହେବା ନିହାତି ଜରୁରୀ। ଅନେକ ସମୟରେ ଘରେ ବନ୍ଦ ପଡି ରହିଥିବା ତଥା ଅଦରକାରି ଜିନିଷଗୁଡିକ ବାସ୍ତୁ ଦୋଷର କାରଣ ହୋଇପାରେ। ବିଶ୍ୱାସ ରହିଛି ଯେ, ଘରେ ବାସ୍ତୁ ଦୋଷ ରହିଲେ ଟଙ୍କା ଅଭାବ ଦେଖାଦେବ। ଏଥିସହ ଘରର ସଦସ୍ୟମାନେ ରୋଗାକ୍ରାନ୍ତ ହୋଇପଡିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ବନ୍ଦ ପଡି ରହିଥିବା କିଛି ବସ୍ତୁ ତଥା ଜିନିଷ ଅଶୁଭର ପ୍ରତୀକ ହୋଇଥାଏ। ତେଣୁ ସେଗୁଡିକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ। ତେବେ କେଉଁ କେଉଁ ଜିନିଷ ରଖିଲେ ଘରେ ବାସ୍ତୁଦୋଷ ସହ ଅଶାନ୍ତି ଦେଖାଦେବ ଆସନ୍ତୁ ଜାଣିବା

ବନ୍ଦ ଘଣ୍ଟା: ଘଣ୍ଟ ଆପଣଙ୍କୁ ସମୟ କହିବା ସହ ଆପଣଙ୍କ ଦିନକୁ ଆଗକୁ ନେବାରେ ସହାଯ୍ୟ କରେ। କୁହାଯାଏ ଯେ, ଏହା ଆପଣଙ୍କ ଖରାପ ସମୟକୁ ମଧ୍ୟ ଟାଳି ଦିଏ। ଘରେ ବନ୍ଦ ଘଣ୍ଟା ରଖିବା ଉଚିତ ନୁହେଁ। ବନ୍ଦ ଘଣ୍ଟା ଦୁର୍ଭାଗ୍ୟର ପ୍ରତୀକ। ଏହାଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୁଏ।

ବନ୍ଦ ତାଲା: ତାଲା ଆପଣଙ୍କ ବନ୍ଦ ପଡିଥିବା ଭାଗ୍ୟକୁ ଚକମାଇପାରେ ଏବଂ ସର୍ବଦା ପାଇଁ ତାକୁ ଦୁର୍ଭାଗ୍ୟରେ ପରିଣତ ମଧ୍ୟ କରିପାରେ। ଘରେ ବନ୍ଦ ପଡିଥିବା ତଥା ପୁରୁଣା ତାଲା ରଖିବା ଉଚିତ ନୁହେଁ। କୁହାଯାଏ, ବନ୍ଦ ତାଲା ଘରେ ରଖିବା ଦ୍ୱାରା କ୍ୟାରିଅରେ ବାଧା ଉପୁଜେ ଏବଂ ବିବାହ କାର୍ଯ୍ୟରେ ବିଳମ୍ବ ହୁଏ।

ଖରାପ ଜୋତା: ଶାସ୍ତ୍ର ଅନୁସାରେ ଜୋତା ତଥା ଚପଲର ସମ୍ବନ୍ଧ ସଂଘର୍ଷ ସହ ଜଡିତ। ଜୀବନରେ ସଂଘର୍ଷକୁ କମ୍ କରିବା ପାଇଁ ସର୍ବଦା ସଫା ସୁତୁରା ଏବଂ ଭଲ ଚପଲ ପିନ୍ଧିବା ଉଚିତ। ଖରାପ ଜୋତା ବା ଚପଲ ପିନ୍ଧିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୁଏ। ତେଣୁ ଏସବୁକୁ ଶନିବାର ଦିନ ଘରୁ ବାହାର କରିଦେବା ଉଚିତ।

ପୁରୁଣା ଫଟା କପଡା: ଭାଗ୍ୟ ସହ ସିଧାସଳଖ କପଡାର ସମ୍ବନ୍ଧ ରହିଛି। ଏଥିପାଇଁ କୁହାଯାଏ ଯେ, ବ୍ୟକ୍ତିଙ୍କୁ ସର୍ବଦା ସଫା ଏବଂ ଉପଯୋଗୀ କପଡା ପିନ୍ଧିବା ଉଚିତ। ଫଟା-ପୁରୁଣା କପଡା ଘରୁ ବାହାର କରିଦେବା ଉଚିତ। ପୁରୁଣା ତଥା ଫଟା କପଡା କ୍ୟାରିଅରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।

ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି: ଶାସ୍ତ୍ର ଅନୁସାରେ ଦେବାଦେବୀଙ୍କ ମୂର୍ତ୍ତି ବା ଚିତ୍ର ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ଖଣ୍ଡିତ ମୂର୍ତ୍ତିରେ ନକରାତ୍ମକ ଶକ୍ତି ବାସ କରେ। ଏଥିପାଇଁ ପୁରୁଣା ଏବଂ ଖଣ୍ଡିତ ମୂର୍ତ୍ତିକୁ ମାଟି ତଳେ ପୋତିଦେବା ତଥା ପାଣିରେ ଭସାଇଦେବା ଉଚିତ।

The post ଅଶାନ୍ତି ଦୂର କରିବାକୁ ଚାହୁଁଥିଲେ, ଭୁଲରେ ବି ଘରେ ରଖନ୍ତୁନି ଏସବୁ ଜିନିଷ appeared first on Odisha Reporter.



from Odisha Reporter https://ift.tt/3tc18T2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages