ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଲ୍ଡିଂ ଟ୍ୟାକ୍ସ ଦିଅ। ନ ହେଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଘର ସିଲ୍ କରି ଦିଆଯିବ। ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିଭିନ୍ନ ବର୍ଗରୁ ଜୋରଦାର ବିରୋଧ କରାଯାଉଥିବା ବେଳେ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)।
ବିଏମ୍ସିର ଡେପୁଟି କମିଶନର (ରାଜସ୍ୱ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରମାନଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ବହୁତ ଲୋକ ହୋଲ୍ଡିଂ ଟ୍ୟାକ୍ସ ଦେଇ ନାହାନ୍ତି। ଏହି ଲୋକଙ୍କ ବିରୋଧରେ ଯଥାଶୀଘ୍ର OPDR ଆକ୍ଟ ୧୯୬୨ ଅନୁସାରେ ସାର୍ଟିଫିକେଟ କେସ୍ ରୁଜୁ କରନ୍ତୁ। ସେହିପରି ଯେଉଁମାନଙ୍କ ବିରୋଧରେ ସାର୍ଟିଫିକେଟ୍ କେସ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ସେମାନଙ୍କ କୋଠାଗୁଡ଼ିକୁ ସିଲ୍ କରିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ କ୍ଷତି ରୋକିବାକୁ ଏହିପରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ସଂପର୍କରେ ୱାର୍ଡ ଅଫିସରମାନେ ଜେଡିସିକୁ ଜଣାଇବେ। ସାର୍ଟିଫିକେଟ୍ କେସ୍ ରୁଜୁ ପ୍ରକ୍ରିୟାକୁ ୱାର୍ଡ ସୁପରଭାଇଜରମାନେ ନିରୀକ୍ଷଣ କରିବେ। ନିର୍ଦ୍ଦେଶ ଖିଲାପକାରୀ ୱାର୍ଡ ଅଫିସର ଓ ୱାର୍ଡ ସୁପରଭାଇଜରମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଏହି ଚିଠିରେ ଉଲ୍ଲେଖ ରହିଛି।
ଅନ୍ୟପକ୍ଷରେ ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଥିବାରୁ ଏହାକୁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଉଭୟ ଦଳ ଏହାକୁ ଜିଜିଆ କର ବୋଲି କହିଛନ୍ତି। ଏପରିକି ଶୁକ୍ରବାର ଏନେଇ ଦୁଇ ଦଳ ରାସ୍ତାକୁ ଓହ୍ଲାଇଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷଣୁ ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସେହିଭଳି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସାମନ୍ତରାପୁରସ୍ଥିତ ବିଏମସି ଜୋନାଲ କାର୍ଯ୍ୟାଳୟ ଘେରାଉ କରଥିଲା।
The post ହୋଲ୍ଡିଂ ଟ୍ୟାକ୍ସ ନ ଦେଲେ ଘର ସିଲ୍ କରିବ ବିଏମ୍ସି appeared first on Odisha Reporter.
from Odisha Reporter https://ift.tt/3cvaWAR
No comments:
Post a Comment