ନୀଳ ଆକାଶରେ ଉଡ଼ିଲେ ନୀଳ ପରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ନୀଳ ଆକାଶରେ ଉଡ଼ିଲେ ନୀଳ ପରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କଥା ହୋଇପାରୁ ନାହାନ୍ତି କି ଶୁଣିପାରି ନାହାନ୍ତି। ହେଲେ ନୀଳ ଆକାଶରେ ଉଡ଼ିବାର ବହୁ ଇଚ୍ଛା ଥିଲା। ଛୋଟ ଛୋଟ ପିଲାଙ୍କ ଏହି ସ୍ୱପ୍ନକୁ ସାକାର କରାଇଛନ୍ତି ରୋଟାରିଆନ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ। ଯାହାଫଳରେ ଆଜି ମୁକ ବଧିର ସ୍କୁଲର ପିଲାମାନେ ଆଜି ହେଲିକପ୍ଟରରେ ବସି ନୀଳ ଆକାଶରେ ଉଡ଼ିଛନ୍ତି। ଆଉ ଦୂର ଦିଗ୍‌ବଳୟରୁ ଷ୍ଟିଲ୍‌ସିଟି ରାଉରକେଲାକୁ ମନଭରି ଉପଭୋଗ କରିଛନ୍ତି।

ରାଉରକେଲା ୭ ନମ୍ବର ସେକ୍ଟରରେ ରହିଛି ଏକ ମୁକ ବଧିର ସ୍କୁଲ। ରାଉରକେଲା ରୋଟାରୀ କ୍ଲବ୍‌ ମିଡ୍‌ ଟାଉନ୍‌ ପକ୍ଷରୁ ପରିଚାଳିତ ଏହି ସ୍କୁଲର ପିଲାମାନେ ମଙ୍ଗଳବାର ହେଲିକପ୍ଟରରେ ଆକାଶରେ ଉଡ଼ିଛନ୍ତି। ରୋଟାରିଆନ୍‌ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ହେଲିକପ୍ଟରରେ ଉଡାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି।

ହେଲିକପ୍ଟରରେ ଉଡିବା ପରେ ପିଲାମାନଙ୍କ ଖୁସିର ଠିକଣା ନଥିଲା। ସେମାନେ ବହୁ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି। ନିଜ ଭିତରେ ଥିବା ଖୁସିକୁ ସେମାନେ କହିପାରୁନାହାନ୍ତି ସତ, ହେଲେ ମୁହଁରେ ତାହା ପ୍ରତିଫଳିତ ହେଉଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀ ତଥା ପାଞ୍ଚ ଜଣ ଶିକ୍ଷକ ଉଡ଼ିଥିଲେ। ଆଗକୁ ଏହା ଜାରି ରହିବ ବୋଲି ଆୟୋଜକ ରୋଟାରୀ କ୍ଲବ ପକ୍ଷରୁ କୁହାଯାଇଛି।

The post ନୀଳ ଆକାଶରେ ଉଡ଼ିଲେ ନୀଳ ପରୀ appeared first on Odisha Reporter.



from Odisha Reporter https://ift.tt/2NKXkcJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages