ଧାର ଟଙ୍କା ମାରିବାରୁ ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଧାର ଟଙ୍କା ମାରିବାରୁ ଫୁଟିଲା ଗୁଳି

ସୋନପୁର(ରବୀନ୍ଦ୍ର ହୋତା): ଧାର ଟଙ୍କା ମାରିବାରୁ ଆରମ୍ଭ ହେଲା ଯୁକ୍ତିତର୍କ। ଶେଷରେ ଫୁଟିଲା ଗୁଳି। ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲରେ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଜଣକ ହେଲେ ଅଡାଲ ଗାଁର ପ୍ରଭଞ୍ଜନ ପଧାନ । ସେ ଜଣେ ଡ୍ରାଇଭର ।

ସୂଚନା ଅନୁସାରେ କାଶଲପୁର ଗାଁର ଚକ୍ର ପାତ୍ର ନାମକ ଜଣେ ବ୍ୟକ୍ତି ପ୍ରଭଞ୍ଜନଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଧାର ନେଇଥିଲେ  ।  ଆଜି ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା । ପ୍ରଭଂଜନ ଟଙ୍କା ମାଗିବାରୁ ଚକ୍ର ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ଏକ ବନ୍ଧୁକ  ବାହାର କରି ପ୍ରଭଞ୍ଜନକୁ ଗୁଳି କରିଥିବା ଜଣାପଡ଼ିଛି । ଗୁଳିଟି ପ୍ରଭଂଜନଙ୍କ ମୁଣ୍ଡକୁ ଛୁଇଁ ଦେଇ ପଳାଇ ଯାଇଛି। ତାଙ୍କୁ ସୁବଳୟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରିନି।

The post ଧାର ଟଙ୍କା ମାରିବାରୁ ଫୁଟିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/2QAlc3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages