ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ବି ମହାମାରୀ ଏବେ ଉପରମୁହାଁ । କିଛି ଦିନ ପୂର୍ବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ କରିଥିବା ବେଳେ ଆଜି ୧୫୦ ଅତିକ୍ରମ କରିଛି ଏହି ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ, ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୧ ଟି ହେଉଛି ଲୋକାଲ୍ କେସ୍।
ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ଓ ଖୋର୍ଦ୍ଧାରୁ ୨୩ ଜଣ ଲେଖା ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୋଳ ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭ , ବରଗଡ଼ରୁ ୨, ବଲାଙ୍ଗିରରୁ ୫, ଭଦ୍ରକରୁ ୧, ଦେବଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାପରେ ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୭ , କଳାହାଣ୍ଡିରୁ ୮, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୨୭, ପୁରୀରୁ ୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୭, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୭୦ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୩୪୬ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୩୬,୨୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧୦୦୮ ଜଣ ଚିକିତ୍ସାଧୀନ ଅଛନ୍ତି।
The post ଉପରମୁହାଁ ମହାମାରୀ; ରାଜ୍ୟରେ ୧୭୦ ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/39dhljA
No comments:
Post a Comment