ଟିକା ନେଲେ ଡ୍ରିମଗାର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 6, 2021

ଟିକା ନେଲେ ଡ୍ରିମଗାର୍ଲ

ମୁମ୍ବାଇ: ଟିକା ନେଲେ ବିଜେପି ସାଂସଦ ତଥା ବଲିଉଡର ଡ୍ରିମଗାର୍ଲ ଅଭିନେତ୍ରୀ ହେମା ମାଲିନି। ଶନିବାର ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଟିକା ନେବା ସମୟର  କିଛି ଫଟୋକୁ ହେମା ମାଲିନି ନିଜ ସୋଶାଲ ମିଡିଆ ହ୍ୟାଣ୍ଡଲ ସେଆର କରିଛନ୍ତି। ଏହି ଫଟୋକୁ ସେଆର କରି ସେ ଲେଖିଛନ୍ତି, ‘ମୁଁ କୁପର ହସ୍ପିଟାଲରେ ସାଧାରଣ ଲୋକଙ୍କ ସହ ମିଶି ଟିକା ନେଇଛି।’ ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୭୨ ବର୍ଷୀୟ ବଲିଉଡର ଡ୍ରିମଗାର୍ଲ ଏବେ ସେହି ସେଲେବ୍ରିଟିଙ୍କ ତାଲିକାରେ ନିଜ ନାଁକୁ ସାମିଲ କରିଛନ୍ତି ଯେଉଁମାନ କରୋନା ଟିକା ନେଇସାରିଛନ୍ତି। ଟିକା ନେବା ପରେ ହେମାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି।  ସେ ସେଆର କରିଥିବା ଫଟୋକୁ ଏଯାଏଁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

ହେମା ମାଲିନିଙ୍କ ପୂର୍ବରୁ ସୈଫ ଅଲ୍ଲି ଖାନ, କମଲ ହାସନ, ରାକେଶ ରୋଶନ ଏବଂ ସତିଶ ଶାହା ଭଳି ବଲିଉଡ ଷ୍ଟାରମାନ କରୋନା ଟିକା ନେଇସାରିଛନ୍ତି। ସମସ୍ତେ ସାଧାରଣ ଜନତାଙ୍କ ମନରେ ଟିକକୁ ନେଇ ବିଶ୍ୱାସ ଭରି ଦେଇଛନ୍ତି। ଏଥିସହ ଟିକାକୁ ନେଇ ଲାଗି ରହିଥିବା ସମସ୍ତ ଭୟକୁ ମଧ୍ୟ ଦୂର କରିଦେଇଛନ୍ତି।

The post ଟିକା ନେଲେ ଡ୍ରିମଗାର୍ଲ appeared first on Odisha Reporter.



from Odisha Reporter https://ift.tt/3ro7Epj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages