କରୋନା କବଳରେ ଆଉ ଜଣେ କ୍ରିକେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 29, 2021

କରୋନା କବଳରେ ଆଉ ଜଣେ କ୍ରିକେଟର

ନୂଆଦିଲ୍ଲୀ: ଦେଶରେ କଡ ଲେଉଟାଇଛି କରୋନା। ଚାରିଆଡ ଜାରି ରହିଛି କରୋନାର ସେକେଣ୍ଡ ୱେଭ। ଏହି କିଲର ଭାଇରସ କବଳରେ ଏବେ ଗୋଟିଏ ପରେ ଗୋଟିଏ କ୍ରିକେଟର ପଡିବାରେ ଲାଗିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ ଏବେ ତାଙ୍କ ଭାଇ ଇରଫାନ ପଠାନ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା  ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଏବେ ସଙ୍ଗରୋଧରେ ଅଛନ୍ତି।

ଇରଫାନ୍ ଟ୍ୱିଟ କରି କହିଛନ୍ତି ଯେ, “ମୋ ଠାରେ କରୋନାର କୌଣସି ଲକ୍ଷଣ ନଥିଲା କିନ୍ତୁ ମୋ କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଘରେ ହିଁ ମୁଁ ନିଜକୁ ଆଇସୋଲେଟ୍ କରିଛି ଏଥିସହ ମୁଁ ସୁସ୍ଥ ଅଛି।  ତେବେ ଯେଉଁମାନେ ମୋ ସହ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର ପରୀକ୍ଷା କରାଇଦିଅନ୍ତୁ । ସମସ୍ତେ ମାସ୍କ ପିନ୍ଧନ୍ତ ଓ ସୋସିଆଲ ଡିଷ୍ଟାନ୍ସ ପାଳନ କରନ୍ତୁ।”

ଇରଫାନଙ୍କ ପୂର୍ବରୁ ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନ୍, ବଦ୍ରିନାଥ କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଏବେ ଏହି ୪ ଜଣ କ୍ରିକେଟର ନିଜ ନିଜ ଘରେ ହିଁ ସଂଗରୋଧ ରହୁଛନ୍ତି । ନିକଟରେ ଖେଳାଯାଇଥିବା ରୋଡ୍ ସେଫଟି ଓ୍ୱାର୍ଲଡ ସିରିଜ୍ ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଛତିଶଗଡର ରାୟପୁରରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ ।

The post କରୋନା କବଳରେ ଆଉ ଜଣେ କ୍ରିକେଟର appeared first on Odisha Reporter.



from Odisha Reporter https://ift.tt/2QP4xJQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages