ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରୁ ପୂର୍ବରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏହି ଶିକ୍ଷାନୁଷ୍ଠାନରେ ୧୪ ପଜିଟିଭ ଚିହ୍ନଟ ହୋଇସାରିଲେଣି।
କ୍ୟାମ୍ପସ୍ରୁ ୧୪ ପଜିଟିଭ ଚିହ୍ନଟ ପରେ ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ NIT କର୍ତ୍ତୃପକ୍ଷ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ। ଆଜିଠୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା NIT ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି।
NIT କ୍ୟାମ୍ପସ ମଧ୍ୟରେ ଏବେ ୨୦୦୦ ଛାତ୍ରଛାତ୍ରୀ ଥିବା ବେଳେ ସୋମବାର ରାତି ସୁଦ୍ଧା ୩୯୩ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହୋଇପାରିଛି । କୋଭିଡ ଟେଷ୍ଟ ଲାଗି ଅଧିକ ଟିମ ନିୟୋଜିତ କରିବାକୁ NIT ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାସ ଜିଲ୍ଳା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ନିଜେ NIT ରେ କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି।
ସୂଚନାଯୋଗ୍ୟ,ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମାର୍ଚ୍ଚ ୩ ତାରିଖରୁ NIT କ୍ୟାମ୍ପସ୍କୁ ଫେରିଥିଲେ ଛାତ୍ରଛାତ୍ରୀ। ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ହଷ୍ଟେଲରେ ଥିବା ବେଳେ ଗତ ୨୫ ତାରିଖରେ NIT ର ୩ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗତ ୨୮ ତାରିଖରେ ୪ ଛାତ୍ରଛାତ୍ରୀ ଓ ଷ୍ଟାଫ ପଜିଟିଭ ଚିହ୍ନଟ ହୋଇଥିଲେ।
କ୍ୟାମ୍ପସରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରୁ ଆସନ୍ତା ୫ ତାରିଖରୁ ହେବାକୁ ଥିବା ଅଫଲାଇନ୍ରେ ପରୀକ୍ଷାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ। ଅଫଲାଇନ୍ ପରୀକ୍ଷା ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଅନ୍ଲାଇନ୍ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।
NIT କ୍ୟାମ୍ପସରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହା ପରିସରରୁ ବାହାରକୁ କେହି ବାହାରି ପାରିବେ ନାହିଁ କିମ୍ବା ବାହାର କୌଣସି ବ୍ୟକ୍ତି ମଧ୍ୟ NIT ଭିତରକୁ ଆସିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । । ଏହାବ୍ୟତୀତ NIT ପରିସର ମଧ୍ୟରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କୁ ଆଇସଲେସନରେ ରଖାଯାଇ ଚିକିତ୍ସା କରାଯାଉଛି । କ୍ୟାମ୍ପସ ମଧ୍ୟରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ଜାରି ରହିଛି ବୋଲି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post NITରୁ ପୁଣି ବାହାରିଲେ ୭ ପଜିଟିଭ ; ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/31xGwc8
No comments:
Post a Comment