ଅଞ୍ଚୋରାଜେ(ଆଲାସ୍କା): ବରଫ ପଡ଼ୁଥିବା ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ହେଲିକପ୍ଟର୍ରେ ଯାଉଥିବା ବେଳେ ଘଟିଛି ବଡ଼ ଅଘଟଣ। ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଗାଇଡ ଓ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ବ୍ୟାକକଣ୍ଟ୍ରୀରେ ଘଟିଥିବା ଏହି ଦୁର୍ଘଟଣାରେ ଆଉ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅଞ୍ଚୋରାଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଟୋରଡ୍ରିଲ ମାଉଣ୍ଟେନ ଲଜ୍ରେ ରହୁଥିବା ୩ ଜଣ ଯାତ୍ରୀ ବରଫ ପଡ଼ୁଥିବା ପାହାଡ଼ିଆ ଅଞ୍ଚଳ ବୁଲିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଥିପାଇଁ ସେମାନେ ଗୋଟିଏ ହେଲିକପ୍ଟର ଭଡ଼ା କରିଥିଲେ। ଦୁଇ ଜଣ ଗାଇଡଙ୍କ ସହାୟତାରେ ସେମାନେ ବୁଲିବାକୁ ଯାଉଥିଲେ। ତେବେ Eurocopter AS50 ହେଲିକପ୍ଟରଟି ପୂର୍ବ ଅଞ୍ଚୋରାଜେ ଠାରୁ ୫୦ କିମି ଦୂରରେ ମଝି ଆକାଶରେ ଥିବା ବେଳେ ହଠାତ୍ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।
ଫଳରେ ଏହା ସିଧା ପାହାଡ଼ ଉପରେ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟିରେ ନିଆଁ ଲାଗି ଯାଇଥିଲା ଓ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଯାତ୍ରୀ ଥିବା ବେଳେ ୨ ଜଣ ଗାଇଡ ଓ ପାଇଲଟ ରହିଛନ୍ତି।
ଆଉ ଜଣେ ଯାତ୍ରୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜୁଡ୍ ଲେକ୍ ଠାରେ ଥିବା ଲଜ୍ରେ ରହୁଥିବା ଲୋକମାନେ ସାଧାରଣତଃ ହେଲିକପ୍ଟରରେ ଏପରି ଭ୍ରମଣ କରନ୍ତି। ୧୯ଟି ହେଲିକପ୍ଟର ଯାତ୍ରୀଙ୍କ ପାଇଁ ରହିଛି। ତେବେ ୧୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କୌଣସି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୫ ଜଣଙ୍କ ଜୀବନ ଯାଇଛି।
The post ବୁଲିବାକୁ ଯାଉଥିବା ବେଳେ ହେଲିକପ୍ଟକର କ୍ରାଶ: ୫ ଜଣଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3w4KIhI
No comments:
Post a Comment