ଶିକ୍ଷାନୁଷ୍ଠାନରେ କରୋନା କୋପ; କଟକରୁ ୧୭, ସୁବର୍ଣ୍ଣପୁରରୁ ୬ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ଶିକ୍ଷାନୁଷ୍ଠାନରେ କରୋନା କୋପ; କଟକରୁ ୧୭, ସୁବର୍ଣ୍ଣପୁରରୁ ୬ ଚିହ୍ନଟ

କଟକ (ଓଡ଼ିଶା ରିପୋର୍ଟର): କଟକରେ କାୟା ମେଲାଇଲାଣି କରୋନା। ଗତ ୨ ଦିନରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୨୫ ଜଣ  ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ବାହାରିଛନ୍ତି ୧୭ ଆକ୍ରାନ୍ତ। ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ ବୋଲି ଜଣାପଡ଼ିଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ନାହିଁ। କଣ୍ଟାକ୍ଟ ଟ୍ରେସିଂ ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ିବ। କଲେଜର ଜଣଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଇଥିଲା। ଫଳରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଅପରପକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ସେହି କଲେଜର ୯୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ୍ ସଂଗ୍ରହ କରି କରୋନା ଟେଷ୍ଟ କରିଥିଲେ । ୫୦ ଜଣଙ୍କ RTPCR ଓ ୪୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ୬ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକର ଏକ ଘରୋଇ କଲେଜରେ  ବୁଧବାର ୧୨  ଛାତ୍ରଛାତ୍ରୀ  କରୋନା ଆକ୍ରାନ୍ତ ହୋଇଥିବା ବେଳେ  ଗୁରୁବାର ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ ଘୋଷଣା କରିଛି କଟକ ମହାନଗର ନିଗମ (ସିଏମ୍‌ସି)।

ପ୍ରାୟ ମାସେ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଗତକାଲି ୧୦୦ ପାର କରିଥିଲା। ଗତକାଲି ରାଜ୍ୟରେ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ କେବଳ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଦେଶରେ ଦିନକରେ ୪୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୦,୯୫୩ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।ସେହିପରି ଗୋଟିଏ ଦିନରେ ୨୩,୬୫୩ ଜଣ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୫୫,୨୮୪ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୧୧, ୦୭,୩୩୨ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୨,୮୮,୩୯୪କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆଉ ୧୮୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୯,୫୫୮ ଛୁଇଁଛି। ସେହିପରି ଏଯାବତ୍ ୪,୨୦,୬୩,୩୯୨ ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

The post ଶିକ୍ଷାନୁଷ୍ଠାନରେ କରୋନା କୋପ; କଟକରୁ ୧୭, ସୁବର୍ଣ୍ଣପୁରରୁ ୬ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3tAej0v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages