ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିୟମ ଅନୁଯାୟୀ, କେନ୍ଦ୍ର ସରକାର ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେଙ୍କୁ ଚିଠି ଲେଖିଛନ୍ତି। ଏଥିରେ କେନ୍ଦ୍ର ସରକାର ଦେଶର ପରବର୍ତ୍ତୀ ସିଜେଆଇଙ୍କ ନାଁ ସୁପାରିସ କରିବାକୁ ତାଙ୍କୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ଶଙ୍କର ପ୍ରସାଦ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ବୋବଡେଙ୍କୁ ଚିଠି ଲେଖିଛନ୍ତି। ସେ ଏଥିରେ ତାଙ୍କ ପରେ କିଏ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ହେବେ ଓ ତାଙ୍କ ନାଁ ସୁପାରିସ କରିବାକୁ କହିଛନ୍ତି।
ଏବେ ଦେଶର ସିଜେଆଇ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବୋବଡେ ଏପ୍ରିଲ ୨୩ରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ହିଁ ସେ ତାଙ୍କ ଉତ୍ତରାଧିକାରୀଙ୍କ ନାଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଅନୁମୋଦନକ୍ରମେ ଏହି ସୁପାରିସକୁ କାର୍ଯ୍ୟକାରୀ କରାଯିବ। ମାର୍ଚ୍ଚ ୨୩ ସୁଦ୍ଧା ଏହି ସୁପାରିସ ପତ୍ର କେନ୍ଦ୍ର ସରକାରଙ୍କୁ ପଠାଯିବାର ପ୍ରାବଧାନ ରହିଛି।
ସିଜେଆଇ ଜଷ୍ଟିସ ବୋବଡେଙ୍କ ପରେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ଏନଭି ରମନା। ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ରମନା ହିଁ ପରବର୍ତ୍ତୀ ସିଜେଆଇ ହେବେ। ତାଙ୍କ ନାଁକୁ ଜଷ୍ଟିସ ବୋବଡେ କେନ୍ଦ୍ରକୁ ଏବେ ସୁପାରିସ କରିବେ।
୬୩ ବର୍ଷୀୟ ଜଷ୍ଟିସ ରମନା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଆକ୍ଟିଂ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।
The post କିଏ ହେବେ ଦେଶର ପରବର୍ତ୍ତୀ ସିଜେଆଇ? ଜଷ୍ଟିସ ବୋବଡେଙ୍କୁ ନାଁ ମାଗିଲେ କେନ୍ଦ୍ର ସରକାର appeared first on Odisha Reporter.
from Odisha Reporter https://ift.tt/2PbeH6w
No comments:
Post a Comment