ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୨୦ ହଜାର ଓ ୩୦ ହଜାର ଭିତରେ ରହୁଥିବା ବେଳେ ଆଜି ଏହା ୪୧ ହଜାର ଛୁଇଁବାକୁ ବସିଛି। ଗତକାଲି ୩୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ ହଜାର ବଢ଼ି ଯାଇଛି।
ସେହିପରି ଧୀରେଧୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବା ଆରମ୍ଭ ହୋଇଛି। ଏହି କାରଣରୁ ନୂଆ କଟକଣା ଲଗାଇବାକୁ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ କରାଯାଇଛି। ଏକାଧିକ ରାଜ୍ୟ କଟକଣା ଲଗାଇଥିଲେ ହେଁ ଏହାର ସୁଫଳ ଏଯାଏ ଦେଖିବାକୁ ମିଳିନାହିଁ। ବିଶେଷ କରି ମହାରାଷ୍ଟ୍ରରେ କଟକଣା ସତ୍ତ୍ୱେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୨୫ ହଜାର ଉପରେ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୪୦,୯୫୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଗୋଟିଏ ଦିନରେ ୨୩,୬୫୩ ଜଣ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୫୫,୨୮୪ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୧୧, ୦୭,୩୩୨ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୨,୮୮,୩୯୪କୁ ବୃଦ୍ଧି ପାଇଛି।
India reports 40,953 new #COVID19 cases, 23,653 recoveries and 188 deaths in the last 24 hours, as per the Union Health Ministry
Total cases: 1,15,55,284
Total recoveries: 1,11,07,332
Active cases: 2,88,394
Death toll: 1,59,558Total vaccination: 4,20,63,392 pic.twitter.com/QZPBjwC6TE
— ANI (@ANI) March 20, 2021
୨୪ ଘଣ୍ଟାରେ କରୋନା ଆଉ ୧୮୮ ଜଣଙ୍କ ମୁଣ୍ଡ ନେବାରୁ ଭାରତରେ ମୋଟ ମୃତ୍ୟୁସଂଖ୍ୟା ୧,୫୯,୫୫୮ ଛୁଇଁଛି। ସେହିପରି ଏଯାଏ ୪,୨୦,୬୩,୩୯୨ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ପ୍ରଦାନ କରାଯାଇ ସାରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
#Maharashtra #COVID19 Updates for today
*⃣New Cases – 25,681
*⃣Recoveries – 14,400
*⃣Deaths – 70
*⃣Active Cases – 1,77,560
*⃣Total Cases till date – 24,22,021
*⃣Total Recoveries till date – 21,89,965
*⃣Total Deaths till date – 53,208@ddsahyadrinews@airnews_mumbai(1/4)
— PIB in Maharashtra (@PIBMumbai) March 19, 2021
ଅନ୍ୟପକ୍ଷରେ ଦେଶର ୪୦,୯୫୩ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୨୫,୬୮୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୭ ଜଣଙ୍କ ମୁଣ୍ଡ ନେଇଛି। ନୂଆ ଆକ୍ରାନ୍ତ ଓ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪,୨୨,୦୨୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୫୩,୨୦୮କୁ ବୃଦ୍ଧି ପାଇଛି।
ମୁମ୍ବାଇ, ଥାନେ, ପୁଣେ ଓ ବିର୍ଦ୍ଦଭ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାର ସଂକ୍ରମଣ ରୋକିବାକୁ ଲକଡାଉନ ଓ ଶଟଡାଉନ ଲାଗୁ କରିଛନ୍ତି। ତଥାପି ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନି।
କେବଳ ମହାରାଷ୍ଟ୍ର ନୁହେଁ, ପଞ୍ଜାବ, ତାମିଲନାଡୁ ଓ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାତ୍ର କାଳୀନ କର୍ଫ୍ୟୁ ଓ ବିଭିନ୍ନ ପ୍ରକାରର କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
The post ଉଗ୍ର ହେଉଛି କରୋନା ସଂକ୍ରମଣ: ଦିନକରେ ପ୍ରାୟ ୪୧ ହଜାର ଆକ୍ରାନ୍ତ, ୧୮୮ ମୃତ appeared first on Odisha Reporter.
from Odisha Reporter https://ift.tt/3r4PCHU
No comments:
Post a Comment