କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ଦେଖିବାକୁ ମିଳିବ ବରିଷ୍ଠ ଆଇପିଏସଙ୍କ ମଧ୍ୟରେ ଟକ୍କର। ଦେବ୍ରା ନିର୍ବାଚନୀ ମଣ୍ଡଳିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ରାଜ୍ୟର ଦୁଇ ପୂର୍ବତନ ଆଇପିଏସ୍ ଅଧିକାରୀ। ଟିଏମ୍ସିରୁ ହୁମାୟୁନ୍ କବିର୍ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀ ଘୋଷ।
ଗତ କିଛି ମାସ ତଳେ ଉଭୟେ ଚାକିରୀ ଛାଡ଼ି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ହୁମାୟୁନ୍ ଚନ୍ଦନନଗର ପୋଲିସ୍ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେବେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି କର୍ମୀଙ୍କ ଉପରକୁ ଲାଠି ମାଡ଼ ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଟିଏମ୍ସିରୁ ବିଜେପି ଯାଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଚନ୍ଦନନଗରରେ ରାଲି ବେଳେ ହୁମାୟୁନଙ୍କୁ ‘ଗୁଳି ମାର’ ନିର୍ଦ୍ଦେଶ ତାଙ୍କୁ ରାଜନୀତି ଭିତରକୁ ଟାଣି ଆଣିଥିଲା ।
ସେହିପରି ଝାରଗ୍ରାମ ଏସ୍ପି ଥିଲେ ଭାରତୀ ଘୋଷ । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ । ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବେଶ ନିକଟତର ଥିଲେ ଭାରତୀ । ଏପରିକି ଝାରଗ୍ରାମରେ ଏକ ସାଧାରଣ ସଭାରେ ମମତାଙ୍କୁ ମାଆ ବୋଲି ସମ୍ବୋଧନ କରି ଚର୍ଚ୍ଚାରେ ଥିଲେ । ତେଣୁ ଚଳିତ ଥର ନିର୍ବାଚନ ରୋଚକ ହେବା ସମ୍ଭାବନା ରହିଛି । ଆସନ୍ତା ୨୭ ତାରିଖରୁ ପଶ୍ଚିମବଙ୍ଗରେ ଆରମ୍ଭ ହେଉଛି ବିଧାନସଭା ନିର୍ବାଚନ ।
The post ପଶ୍ଚିମବଙ୍ଗ ନିର୍ବାଚନୀ ରେସ୍ରେ ଦୁଇ ବରିଷ୍ଠ ଆଇପିଏସ୍ appeared first on Odisha Reporter.
from Odisha Reporter https://ift.tt/3cczeQb
No comments:
Post a Comment