ଗୋଟିଏ ଓଭର୍‌ରେ ପୁଣି ୪ ଛକା ମାରିଲେ ଯୁବରାଜ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 17, 2021

ଗୋଟିଏ ଓଭର୍‌ରେ ପୁଣି ୪ ଛକା ମାରିଲେ ଯୁବରାଜ, ଦେଖନ୍ତୁ ଭିଡିଓ

ରାୟପୁର: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ହେଁ ଯୁବରାଜ ସିଂହଙ୍କ ଜଲୱା ଥମିନାହିଁ। ରାୟପୁରେ ଚାଲିଥିବା ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଯୁବରାଜ ଦମଦାର ବ୍ୟାଟିଂ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ବୁଧବାର ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ବିପକ୍ଷରେ ଖେଳା ଯାଇଥିବା ସେମି ଫାଇନାଲ ମ୍ୟାଚ୍‌ରେ ସେ ବିସ୍ଫୋରକ ଇନିଂସ ଖେଳିଛନ୍ତି।

ପୂର୍ବରୁ ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ ବିପକ୍ଷରେ ୪ ବଲ୍‌ରେ ୪ ଛକା ମାରିଥିବା ଯୁବରାଜ କାଲି ମଧ୍ୟ ସମାନ ଢଙ୍ଗରେ ବ୍ୟାଟିଂ କରିଥିଲେ। ସେ ଗୋଟିଏ ଓଭର୍‌ରେ ୪ ବଲରେ ୪ ଛକା ମାରି ସମସ୍ତଙ୍କୁ ସେ କାହିଁକି ଟି-୨୦ର ଶ୍ରେଷ୍ଠ ବ୍ୟାଟସମ୍ୟାନ ତା’ର ପ୍ରମାଣ ଦେଖାଇଥିଲେ।

ଭାରତୀୟ ଲିଜେଣ୍ଡସର ୧୯ତମ ଓଭରରେ ଯୁବରାଜଙ୍କୁ ବୋଲିଂ କରିବାକୁ ଆସିଥିଲେ ସ୍ପିନର ମହେନ୍ଦ୍ର ନାଗାମୋଟ୍ଟୋ। ଯୁବରାଜ ପ୍ରଥମ ୫ ବଲ୍‌ରେ ୪ଟି ଛକା ମାରି ୨୦୦୭ ଟି-୨୦ ବିଶ୍ୱକପ କଥା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ। ୨୦୦୭ ବିଶ୍ୱକପରେ ଯୁବରାଜ ଇଂଲିଶ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ ବଲ୍‌ରେ ୬ ଛକା ମାରି ରେକର୍ଡ କରିଥିଲେ। ଗତକାଲି ସେ ଗୋଟିଏ ଓଭର୍‌ରେ ମାରିଥିବା ୪ଟି ଛକାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


କେବଳ ଏତିକି ନୁହେଁ ଶେଷ ଓଭର୍‌ରେ ମଧ୍ୟ ସୁଲେମାନ ବେନ୍‌ଙ୍କୁ ଯୁବରାଜ ୨ଟି ଛକା ମାରିଥିଲେ। ସେ ମାତ୍ର ୨୦ ବଲ୍‌ରେ ଅପରାଜିତ ୪୯ ରନ୍‌ର ଇନିଂସ୍‌ ଖେଳିବାରୁ ଭାରତୀୟ ଲିଜେଣ୍ଡସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ବିଶାଳ ୨୧୮ ରନ୍‌ କରିଥିଲା। ଏହି ୪୯ ରନ୍‌ର ଇନିଂସରେ ସେ ୬ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଚିନ ତେନ୍ଦୁଲକର ୪୨ ବଲରେ ୬୫, ବୀରେନ୍ଦ୍ର ସେହୱାଗ ୧୭ ବଲରେ ୩୫, ମହମ୍ମଦ କୈଫ ୨୧ ବଲରେ ୨୭ ଓ ୟୁସୁଫ ପଠାନ ୨୦ ବଲ୍‌ରେ ଅପରାଜିତ ୩୭ ରନ୍‌ କରିଥିଲେ। ୨୧୯ ରନ୍‌ର ଟାର୍ଗେଟ ପିଛା କରୁଥିବା ବ୍ରାଏନ ଲାରାଙ୍କ ୱେଷ୍ଟଇଣ୍ଡିଜ୍‌ ଲିଜେଣ୍ଡସ ୧୨ ରନ୍‌ ପଛରେ ରହିଯାଇଥିଲା। ଫଳରେ ଭାରତୀୟ ଲେଜେଣ୍ଡସ ଫାଇନଳଲରେ ପ୍ରବେଶ କରିଛି।

The post ଗୋଟିଏ ଓଭର୍‌ରେ ପୁଣି ୪ ଛକା ମାରିଲେ ଯୁବରାଜ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/3cIsQ3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages