ଆଠଗଡ଼(ଓଡ଼ିଶା ରିପୋର୍ଟର):ଆସନ୍ତା ୧୧ ତାରିଖରେ ପାଳିତ ହେବ ମହା ଶିବରାତ୍ରୀ। କରୋନା କଟକଣାକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗରରେ ଲାଗୁ ହେବ ୧୪୪ ଧାରା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୧୧ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ । କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ଉଠିବ ମହାଦୀପ।
ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଆଠଗଡ ଉପଜିଲ୍ଲାପାଳ, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ବାର SDPOଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।
The post ୧୧ରେ ମହା ଶିବରାତ୍ରୀ; ଧବଳେଶ୍ୱରଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/38cPkIb
No comments:
Post a Comment