ଚିକିତ୍ସା ଅବହେଳାରୁ ଆଖି ବୁଜିଲା ରୋଗୀ, ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ଚିକିତ୍ସା ଅବହେଳାରୁ ଆଖି ବୁଜିଲା ରୋଗୀ, ଉତ୍ତେଜନା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ  ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ସଦର ଥାନା ଭୁର୍ଷିପାଲି ଗାଁର ୨୪ ବର୍ଷ ବୟସ୍କ  ମିଟୁ ବେହେରା ଅସୁସ୍ଥ ହେବାରୁ ତାଙ୍କୁ ମେଡିସିନ ଓ୍ୱାର୍ଡରେ ଭର୍ତ୍ତି  କରାଯାଇଥିଲା । ଡାକ୍ତର ହିମୋଗ୍ଲୋବିନ କମିଯାଉଥିବା କହିଥିଲେ । ହେଲେ ଆଜି ସକାଳୁ ମିଟୁଙ୍କ ମୃତ୍ୟୁ ହୋଇଛି ।

ଚିକିତ୍ସା ଅବହେଳାରୁ ମିଟୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ହସ୍ପିଟାଲରେ ପାଟିତୁଣ୍ଡ କରିଛନ୍ତି ପରିବାର ଓ ସମ୍ପର୍କୀୟ  । ବଲାଙ୍ଗିର ଟାଉନ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

The post ଚିକିତ୍ସା ଅବହେଳାରୁ ଆଖି ବୁଜିଲା ରୋଗୀ, ଉତ୍ତେଜନା appeared first on Odisha Reporter.



from Odisha Reporter https://ift.tt/3kWznuM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages