ପିପିଇ କିଟ୍‌ ତିଆରି ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ହସ୍ପିଟାଲରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ପିପିଇ କିଟ୍‌ ତିଆରି ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ହସ୍ପିଟାଲରେ ଭର୍ତ୍ତି

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଥିବା ଗୋଟିଏ ଔଷଧ ତିଆରି ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବିଭିନ୍ନ ଔଷଧ ବ୍ୟତୀତ ଏହି ଫ୍ୟାକ୍ଟ୍ରୀରେ ମାସ୍କ ଓ ପିପିଇ କିଟ୍‌ ମଧ୍ୟ ତିଆରି ହୋଇଥାଏ। ଅଗ୍ନିକାଣ୍ଡ ଯୋଗୁ ଫ୍ୟାକ୍ଟ୍ରୀ ମଧ୍ୟରେ ୧୪ ଜଣ କର୍ମଚାରୀ ଫସି ଯାଇଥିଲେ। ସେମାନଙ୍କୁ ନିଆଁ ମଧ୍ୟରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୧୪ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳର ସାଇଟ୍ ୪ ଅଞ୍ଚଳରେ ଏହି ଫ୍ୟାକ୍ଟ୍ରୀଟି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୪ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ପ୍ରଥମେ ଫ୍ୟାକ୍ଟ୍ରୀ ମଧ୍ୟରେ ଥିବା ୧୪ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଯାଏ ଅଗ୍ନିକାଣ୍ଡ ଘଟଣାରେ କେହି ପ୍ରାଣ ହରାଇନାହାନ୍ତି। ସେହିପରି ଫ୍ୟାକ୍ଟ୍ରୀରେ କେମିତି ଅଗ୍ନିକାଣ୍ଡ ଘଟିଲା, ସେକଥା ମଧ୍ୟ ଜଣାପଡ଼ିନାହିଁ। ଉଭୟ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଯାଞ୍ଚ ଆରମ୍ଭ କରିଛନ୍ତି। ଫ୍ୟାକ୍ଟ୍ରୀ ମଧ୍ୟରେ ଆଉ କିଏ କାଳେ ଫସି ରହିଥିବ, ସେଥିପାଇଁ ବି ସର୍ଚ୍ଚ ଅପରେସନ କରାଯାଉଛି ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

The post ପିପିଇ କିଟ୍‌ ତିଆରି ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/2N8hhJU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages