କରୋନା ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ ମିଳିବ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

କରୋନା ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ ମିଳିବ ଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକାକରଣରେ କୌଣସି ପ୍ରକାର ଜାଲିଆତିକୁ ବରଦାସ୍ତ କରାଯିବନି। ଏବେ ବୟସ୍କ ଲୋକଙ୍କ ଟିକାକରଣ ଚାଲିଥିବା ବେଳେ ବହୁବିଧ ରୋଗାକ୍ରାନ୍ତଙ୍କ ନିମନ୍ତେ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏଥିନିମନ୍ତେ  ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଟିକା ନେବାକୁ ଆସିବେ ତାହେଲେ ସେ ଦଣ୍ଡିତ ହେବେ । କେବଳ ସେତିକି ନୁହେଁ, ଜାଲ୍ ମେଡିକାଲ ସାର୍ଟିଫିକେଟ  ଇସ୍ୟୁ କରିଥିବା ଡାକ୍ତର ମଧ୍ୟ  ଦଣ୍ଡିତ ହେବେ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଡ଼ା ଚେତାବନୀ ଦେଇଛନ୍ତି।

ପୁଣି ଥରେ କରୋନା ନିଜ କୋପ ଦେଖାଇବାକୁ ଆରମ୍ଭ କରୁଥିବା ବେଳେ ଟିକାକରଣକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଲାଗୁ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କ ନିକଟକୁ ଏକ କଡ଼ା ଚିଠି ଲେଖିଛନ୍ତି ।

ଏସିଏସ୍ ଉଲ୍ଲେଖ କରିଛନ୍ତି ଯେ, ଟିକା ନେବା ପାଇଁ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଆସିବେ ତାହେଲେ ସେ ଦଣ୍ଡିତ ହେବେ । କେବଳ ସାର୍ଟିଫିକେଟ୍ ନେବା ଲୋକ ନୁହଁନ୍ତି, ଜାଲ୍ ମେଡିକାଲ ସାର୍ଟିଫିକେଟ  ଇସ୍ୟୁ କରିଥିବା ଡାକ୍ତର ମଧ୍ୟ  ଦଣ୍ଡିତ ହେବେ ବୋଲି ଏସିଏସ୍ ସ୍ପଷ୍ଟ କରିଛନ୍ତି । ବିଶେଷ କରି ବହୁବିଧ ରୋଗରେ ପୀଡ଼ିତଙ୍କୁ ସାର୍ଟିଫିକେଟ ଇସ୍ୟୁ ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସାର୍ଟିଫିକେଟ ଇସ୍ୟୁ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୪୫ରୁ ୫୯ ବର୍ଷର ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ପାଇଁ ସାର୍ଟିଫିକେଟ ଜରୁରୀ ଥିବାରୁ କାଳେ କୌଣସି ବ୍ୟକ୍ତି ଜାଲିଆତି କରିବେ, ସେହି ଆଶଙ୍କାରେ ସତର୍କତା ସ୍ୱରୂପ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

The post କରୋନା ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ ମିଳିବ ଦଣ୍ଡ appeared first on Odisha Reporter.



from Odisha Reporter https://ift.tt/3kIJCTu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages